ମନ୍ତ୍ରୀ ଓ ବିଧାୟକଙ୍କ ଆଶ୍ରମ ସ୍କୁଲ ପରିଦର୍ଶନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୩୦/୦୮): ରାୟଗଡା ଜ଼ିଲ୍ଲାରେ ମାଓ ପ୍ରବଣ ଅଂଚଳ ଚନ୍ଦ୍ରପୁର ବ୍ଲକର ଡାଙ୍ଗଷୋରଡା ଠାରେ ଅବସ୍ଥିତ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହାଇସ୍କୁଲକୁ ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ଉନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଓ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗରେ ପରାମର୍ଶଦାତା ଶ୍ରୀ ସୁଧୀର ଦାସ ପରିଦର୍ଶନ କରିଥିଲେ |

ଏହିମାନେ ସ୍କୁଲରେ ପହଂଚିବା ପରେ ସ୍କୁଲରେ ଛାତ୍ରୀ ଓ ଶିକ୍ଷକ ମାନେ ଫୁଲ ମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ | ମନ୍ତ୍ରୀ ଶ୍ରୀ ସାରକା ଏହି ସମୟରେ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ | ସେମାନେ କେତେ ବୃତ୍ତି ରାଶି ପାଉଛନ୍ତି ଠିକ ଭାବେ ଖାଦ୍ୟ ପେୟ ମିଳୁଛି ନା ନାହିଁ ପାଠପଢ଼ା କିପରି ଚାଲିଛି ପଚାରି ବୁଝିଥିଲେ | ଜୀବନରେ ଯଦି କିଛି କରିବାର ଅଛି ତାହାହେଲେ ଭଲ ଭାବେ ପାଠ ପଢିବାକୁ ପଡିବ ବୋଲି ଛାତ୍ରୀ ମାନଂକୁ ଉପଦେଶ ଦେଇଥିଲେ | ଗୁରୁ ଶିଷ୍ୟରେ ସମ୍ପର୍କ ରଖି ଶିକ୍ଷକ ମାନଙ୍କୁ ସମ୍ମାନ ଦେବା ସହିତ ଉତ୍ତମ ନାଗରିକ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ | ଏହି ସମୟରେ ଗୁଣୁପୁର ଆଇ ଟି ଡି ଏ ପ୍ରକଳ୍ପ ପ୍ରସାଶକ ଗୋରାଚାନ୍ଦ ଗମାଙ୍ଗ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ଏ ଡି ଡାବଲିଓ ବିଦ୍ୟଭୂଷଣ ମହାନ୍ତି ବରିଷ୍ଠ ବିଜେଡି ନେତା ଗଗନ ଆଚାର୍ଯ୍ୟ ଜ୍ୟୋତି ରଞ୍ଜନ ସାହୁ ଧୀରେନ୍ଦ୍ର ପାଣିଗ୍ରାହୀ ପୂର୍ବତନ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷ ଜଗନ୍ନାଥ ନୁଁତୃକା ରତନ ଲାଲ ଜୈନ ପୂର୍ଣ୍ଣ ଚନ୍ଦ୍ର ଗୌଡ଼ ଉପସ୍ଥିତ ଥିଲେ | ପିଏ ଆଇଟିଡିଏ ଶ୍ରୀ ଗମାଙ୍ଗ ଓ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ବିଶ୍ୱାଳଙ୍କ ସହିତ ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଲୋଚନା କରିଥିଲେ | ନିୟମିତ ରୂପେ ସ୍କୁଲ ମାନ ପରିଦର୍ଶନ କରିବା ସହିତ ଛାତ୍ର ଛତ୍ରୀଙ୍କ ଶିକ୍ଷା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଦୃଷ୍ଟି ଦେବାକୁ କହିଥିଲେ |

Comments are closed.