Friday, March 29, 2024

Top 5 This Week

Related Posts

ଡ଼ାକ୍ତରଖାନା ପରିସର ରେ ଖୋଦ୍ ମୁଖ୍ୟ ଚିକିତ୍ସାଧିକାରୀଙ୍କ ବେଆଇନ କାର୍ଯ୍ୟ !

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା (୧୨/୦୯) : ଇତି ମଧ୍ୟର ବାରମ୍ବାର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଶିଶୁ ମୃତ୍ୟୁ, ତ୍ରୁଟି ପୂର୍ଣ୍ଣ ଇଞ୍ଜେସନ, ଡାକ୍ତର ଓ କିଛି ନିର୍ଦ୍ଦିଷ୍ଟ ନର୍ସ ଙ୍କ ଦାୟିତ୍ୱହୀନତା ଭଳି ଘଟଣା ଘଟି ଚାଲିଛି । ବର୍ତ୍ତମାନ ଡ଼ାକ୍ତରଖାନା ପରିସର ରେ ଖୋଦ୍ ମୁଖ୍ୟ ଚିକିତ୍ସାଧିକାରୀଙ୍କ ବେଆଇନ କାର୍ଯ୍ୟ ବିଷୟରେ ଜଣାପଡ଼ିଛି ।

ସେହିପରି ସିକ୍ୟୁରିଟି ଗାର୍ଡ, ସୁଇପର ତଥା ଅନ୍ୟ ବିଭାଗୀୟ କର୍ମଚାରୀ ନର୍ସ ଙ୍କ ଦାୟିତ୍ୱ ବହନ ବର୍ତ୍ତମାନ ସୁଦ୍ଧା କରି ଆସୁଛନ୍ତି । ସେହିପରି ଟିଟିଲାଗଡ଼ ଉପ ଜିଲ୍ଲାପାଳ ଖୋଦ୍ ନିଜେ ଇତି ମଧ୍ୟରେ ଏକ ଶିଶୁ ମୃତ୍ୟୁ ନେଇ ତାଗିଦ୍ କରିଥିବା ଏକ କ୍ରିମିନାଲ କେଶ ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଡ଼ାକ୍ତରଖାନା ପରିସର ରେ ଏସ.ଡି.ଏମ.ଓ. ଶ୍ରୀ ପ୍ରଦୀପ ନାଏକ ଖାତିର ନ କରି ଏହି ସବୁ ବେଆଇନ କାର୍ଯ୍ୟ ନେଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଥିବା ଜଣାଯାଇଛି ।

ପ୍ରକାଶ ଯେ, ସରକାରୀ ନିୟମ ଅନୁଯାୟୀ ଡାକ୍ତଖାନା ଗୁଡ଼ିକ ହତା ବା ପରିସର ମଧ୍ୟରେ ସରକାରୀ ବାସ ଭବନରେ ଫିସ ନେଇ ରୋଗୀ ଦେଖି ପାରିବେନି । ହେଲେ ଖୋଦ୍ ଏସ.ଡି.ଏମ.ଓ. ନିଜେ ତାଙ୍କ ବାସ ଭବନରେ ରୋଗୀ ଦେଖୀ ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଓ ବିଭିନ୍ନ ପରୀକ୍ଷା ନିମନ୍ତେ ଉକ୍ତ କ୍ଲିନିକ୍ ଗୁଡ଼ିକୁ ପଠେଇ କମିଶନ କାରବାର ଚଳାଇଥିବା ନେଇ ଜନଜାଗରଣ ସମିତି ପକ୍ଷରୁ ଲିଖିତ ଅଭିଯୋଗ ପତ୍ର ମାନ ପ୍ରେରଣ କରିଥିବା ଜଣାଇଛନ୍ତି ।

ରୋଗୀ ଦୂରୂରାନ୍ତରୁ ରୁ ଆସି ତାଙ୍କୁ ସକାଳୁ ସଞ୍ଜ ଯାଏଁ ଅପେକ୍ଷା କରେଇବା ଓ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଯୋଗୁଁ ଗୁରୁତର ରୋଗୀ ଓ ଗରିବ ଶ୍ରେଣୀର ଲୋକେ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ଏ ନେଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦୃଢ ଦାବୀ ହେଉଛି ।

Popular Articles