Related Contents

ବାଲିଗୁଡା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ୍ୟୁ

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୩୦/୦୮): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୀତାପଡି ନିକଟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଲୋକଙ୍କ ମୃତ ଘଟିଛି |

ମୃତକ ଯୁବକ ନାଡାପାଟାଙ୍ଗ ଗାଁର ଯୁଗଳ କିଶୋର ମଲ୍ଲିକ | ଆଜି ଅପରାହ୍ନରେ ସୀତାପଡି ନିକଟରେ ଗୋରୁ ଚଳାଉଥିବା ବେଳେ ଗଛ ଡାଳରେ ବିଦ୍ୟୁତ ଲାଗିଥିଲା | ଗଛରେ କିଶୋରଙ୍କ ସଂସ୍ପର୍ଶରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡା ପୁଲିସ ଖବର ପାଇ ଡାକ୍ତରଖାନା ଆସି ପ୍ରାଥମିକ ତଦନ୍ତ ଚଲାଇଛି | ମୃତ ଜଣକ ସୀତା ପଡ଼ି ଗ୍ରାମ ରେ ରହି ଗାଈ ଗୋରୁ ଚରାଇ ପ୍ରତିପୋଷଣ ହେଉଥିଲେ |

Comments are closed.