ଖେଳୁ ଖେଳୁ ବିଷାକ୍ତ ସାପ କାମୁଡାରେ କୁନି ଝିଅ ର ଶୋଚନୀୟ ମୃତ୍ୟୁ

0
120
ଖେଳୁ ଖେଳୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, ତା (୧୨/୦୯) : ବଲାଙ୍ଗୀର ଜିଲ୍ଲା ର ଗଞ୍ଜାବାହାଲ ଗ୍ରାମରେ ଖେଳୁ ଖେଳୁ ବିଷାକ୍ତ ସାପ କାମୁଡାରେ ଜଣେ ନାବାଳିକା ର ବଲାଙ୍ଗୀର ମ୍ୟାଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶୋଚନୀୟ ମୃତ୍ୟୁ ଘଟିଛି । ଏ ନେଇ ବଲାଙ୍ଗୀର ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।WhatsApp Image 2022 09 12 at 6.44.34 PM ଖେଳୁ ଖେଳୁ ବିଷାକ୍ତ ସାପ କାମୁଡାରେ କୁନି ଝିଅ ର ଶୋଚନୀୟ ମୃତ୍ୟୁ

ସୂଚନାନୁଯାୟୀ ଖେଳୁ ଖେଳୁ କୁନି ଝିଅକୁ କାମୁଡି ଦେଲା ବିଷାକ୍ତ ସାପ । ୨୪ ଘଣ୍ଟା ଭିତରେ ଚାଲିଗଲା ଅମୂଲ୍ୟ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗଞ୍ଜାବାହାଲ ଗାଁରେ । ଗତକାଲି ରାତି ପ୍ରାୟ ୮ ଟା ସମୟରେ ଡୋଲାମଣି ସଗରିଆଙ୍କ ତିନି ବର୍ଷ ର ଝିଅ ରୂପା ଘର ଭିତରେ ଏକା ଏକା ଖେଲୁଥିଲା । ଛୋଟ ଝିଅ ଜାଣିନଥିଲା, ତା ପାଇଁ କବାଟ କଣରେ ଛକି ରହିଛି ମୃତ୍ୟୁ ।

କବାଟ କଣକୁ ଯାଇ ରୂପା ଏକ ଛୋଟ ସାପକୁ ଦେଖିଥିଲା । ଖେଲଣା ଭାବି ସାପକୁ ହାତରେ ଧରିବାକୁ ଚେଷ୍ଟା କରିଥିଲା । ପରିବାର ଲୋକେ ଜାଣିବା ପରେ ଛୋଟ ଝିଅକୁ ଖଡିଆଲ ଡାକ୍ତରଖାନା ଏବଂ ପରେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଝିଅ କୁ ବଲାଙ୍ଗୀର ସ୍ଥାନାନ୍ତର କରିଥିଲେ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ କୁନି ଝିଅ ର ଆଜି ମୃତ୍ୟୁ ହୋଇଛି । ଏକମାତ୍ର ଝିଅକୁ ଅସମୟରେ ହରାଇଥିବା ଡୋଲାମଣିଙ୍କ ପରିବାରରେ ଶୋକ ର ଛାୟା ଖଳିଯାଇଛି ।