ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

ରିପୋର୍ଟ: ଜଗବନ୍ଧୁ ସାହୁ
ବରଗଡ଼(୩୦/୦୮): ବରଗଡ଼ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ବାଦିମାଲ ଡୁଙ୍ଗୁରୀ ଠାରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି |

ମୃତ ଯୁବକ ଜଣକ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଘୁମେର ଗ୍ରାମର ଦେବେନ୍ଦ୍ର ମେହେର (୧୮) ଏବଂ ଅନ୍ୟ ଆହତ ଯୁବକ କ୍ଷେତ୍ରପାଳ ଭୋଇ(୨୪) ବୋଲି ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି । ସୂଚନାଯୋଗ୍ୟ ଯେ ଦେବେନ୍ଦ୍ର ଓ କ୍ଷେତ୍ରପାଳ ନୃସିଂହନାଥ ମନ୍ଦିର କୁ ଯାଇ ସେଠାରେ ଦର୍ଶନ ସାରି ମୋଟର ସାଇକେଲ ଯୋଗେ ଘରକୁ ଫେରିବା ବାଟରେ ବିପରୀତ ଦିଗରୁ ଏକ ଅଜଣା ଟ୍ରକ ଧକ୍କା ଦେଇ ଫେରାର୍ ହୋଇଥିଲା ।

Comments are closed.