ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ ବାଲି ଭର୍ତ୍ତି ଗାଡି ଜବତ

0
222
ଗାଡି ଜବତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୯) : ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦ୍ଦେଶରେ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଭାରି ମାତ୍ରାରେ ବେନିୟମ ବାଲି ଭର୍ତ୍ତି ଗାଡି ଜବତ କରାଯାଇଛି lWhatsApp Image 2022 09 12 at 3.50.51 PM ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଦ୍ୱାରା ଭାରି ମାତ୍ରାରେ ବେନିୟମ ବାଲି ଭର୍ତ୍ତି ଗାଡି ଜବତ

ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ ଖାରୀ ରାଜସ୍ୱ ନିରୀକ୍ଷକ ମଣ୍ଡଳ ବାଲିଟିଗିରି ଠାରେ ଭାରି ମାତ୍ରାରେ ବେନିୟମ ଗଚ୍ଛିତ ବାଲି ତଥା ଉକ୍ତ ସ୍ଥଳରେ ବାଲି ଭର୍ତ୍ତି ଗାଡି ଜବତ କରାଯାଇ ଜୋରିମାନା ବାବଦକୁ ୨ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରାଯାଇଥିବା ସୋନପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି l