ବୈପାରୀଗୁଡା +୨କଲେଜରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୩୦/୦୮/୨୦୧୯): ଧ୍ୟାନଚନ୍ଦ ଭଳି ଜଣେ ମହାନ ଖେଳାଳିଙ୍କ ଜନ୍ମ ଦିନକୁ ସାରା ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି | ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଟ୍‌ ଇଣ୍ଡିଆ ଅଭିଯାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ କୋରାପୁଟ ବୈପାରୀଗୁଡା +୨କଲେଜରେ ମଧ୍ୟ୍ୟ ଫିଟ୍‌ ଇଣ୍ଡିଆ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏଥିରେ କଲେଜର ମୋଟ ୪୫୦ଛାତ୍ର ଛାତ୍ରୀଙ୍କୁ ନେଇ କ୍ରୀଡା ଅଧ୍ୟାପକ ଅନୁଷ୍ଠାନର ଖେଳ ପଡିଆରେ ଡ୍ରିଲ କାର୍ଯ୍ୟକ୍ରମ କରିଥିଲେ |ପରେ ଶ୍ରେଣୀରେ ଲ୍ୟାପଟପ ମାଧ୍ୟମରେ ମୋଦିଙ୍କ ସିଧାପ୍ରସାରଣ କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀଙ୍କୁ ଦେଖାଇଥିଲେ |ଏଥିରେ ମୋଦି କହିଛନ୍ତି ଫିଟ୍‌ନେସ୍‌ କେବଳ ଏକ ଶବ୍ଦ ନୁହଁ, ସୁସ୍ଥ ଜୀବନ ପାଇଁ ଏହା ଏକ ଜରୁରୀ ଶବ୍ଦ | ଏହି ଫିଟ୍‌ ଇଣ୍ଡିଆ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ କଲେଜ ଓ ବିଶ୍ୱବିଦ୍ୟାଳୟ ୧୫ ଦିନିଆ ଫିଟ୍‌ନେସ୍‌ ପ୍ଲାନ୍‌ ପ୍ରସ୍ତୁତ କରିବେ | ଏହାକୁ କଲେଜ କିମ୍ବା ବିଶ୍ୱବିଦ୍ୟାଳୟର ପୋର୍ଟାଲ, ୱେବସାଇଟ୍‌ରେ ଅପ୍‌ଲୋଡ୍‌ କରିବାକୁ ହେବ | କିଛି ଦିନ ତଳେ ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ନେଇ ପରାମର୍ଶ ଦେବାକୁ ଏକ କମିଟି ଗଠନ କରାଯାଇଛି | ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମଧ୍ୟ ମୋଦି ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ସଂପର୍କରେ ଆଲୋଚନା କରିଥିଲେ |

Comments are closed.