ଭାରତୀୟ ମୋଜଦୂର ସଂଘ ପକ୍ଷରୁ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୯/୦୮): ଭାରତୀୟ ମୋଜଦୂର ସଂଘ ପକ୍ଷରୁ ଗତ ଦୁଇଦିନ ବ୍ୟାପି ରାୟଗଡା ଜିଲ୍ଲାରେ ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭାରତୀୟ ମୋଜଦୂର ସଂଘ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକରେ ବୃକ୍ଷରପଣ କରା ଯାଇଥିଲା ।

ସେହିପରି ଇଏସଆଇ ହସ୍ପିଟାଲ ରାୟଗଡା ସ୍ଥିତ, ଗାୟତ୍ରି ନଗର ଠାରେ ଥିବା ପ୍ରେମ ପାହାଡ଼ ଏବଂ କତ୍ତୁରୁ ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ନିକଟ ସ୍ୱର୍ଗଦ୍ୱାର ରାସ୍ତାରେ ବୃକ୍ଷରୋପଣ କରାଯାଇଥିଲା । ଉକ୍ତ ଦିବସକୁ ଏକ ସାର୍ଵଜନିନ ପର୍ବ ଭାବରେ ପାଳନ କରିବା ଓ ପରିବେଶ ସଂକ୍ରାନ୍ତରେ ଜନ ସଚେତନତା ସୃଷ୍ଟି କରିବା, ଭାରତୀୟ ମୋଜଦୂର ସଂଘର ଏକମାତ୍ର ଲକ୍ଷ୍ୟ । ମନୁଷ୍ୟ ନିଜର ଆଵଶ୍ୟକତାକୁ ପୂରଣ ପାଇଁ ପରିବେଶକୁ ଶୋଷଣ କରୁଛି । ପରିବେଶ ବିନା ମନୁଷ୍ୟର ସମାଜ କଲ୍ୟାଣ ଅସମ୍ଭବ । ପରିବେଶ ନ ରହିଲେ ଜୀବ ସତ୍ତା ରହିବ ନାହିଁ । ପରିବେଶ ସଂରକ୍ଷଣ ନିମିତ୍ତ ସମସ୍ତ ସହଯୋଗ ଆଵଶ୍ୟକତା ରହିଛି ବୋଲି ଉପସ୍ଥିତ କାର୍ଯ୍ୟକର୍ତା ମାନେ ପ୍ରକାଶ କରିଥିଲେ । ଉକ୍ତ କାର୍ୟକ୍ରମରେ ସଂଘର ଜିଲ୍ଲା ସମ୍ପାଦକ ଖଗେଶ୍ୱର ସିଂ, ପ୍ରଳୟ ସାହୁ, ଗୋପୀନାଥ ଗୌଡ଼, କେ କେ ଜେନା, ପି. ମିନାକ୍ଷୀ ଦୋରା, ରାଜେଶ୍ୱରୀ ରଣ ସିଂ, ଗୀତା ଉଲ୍ଲାକା, ସଶ୍ମିତା ବାଗ, ସତ୍ୟ ନାରାୟଣ ସାହୁ, ବିଜୟ ଲକ୍ଷ୍ମୀ ବିଷୋୟୀ, ସୁନିତା ସାମଲ ପ୍ରମୁଖ ରହି କାର୍ଯ୍ୟ ସମ୍ପାଦନ କରିଥିଲେ । ଶେଷରେ ଭାରତୀୟ ମୋଜଦୂର ସଂଘର କୋଷାଧକ୍ଷ ଉସାରାଣୀ ଦାସ ଉପସ୍ଥିତ କାର୍ୟ୍ଯକର୍ତା ଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments are closed.