Thursday, March 28, 2024

Top 5 This Week

Related Posts

ରାୟଗଡ଼ା ଜିଲ୍ଲା ଷୋହଳ ଖଣ୍ଡ ଗୌଡ଼ ସମାଜ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ରିପୋର୍ଟ : ନରତ୍ତମ ପାଢୀ
ଚନ୍ଦ୍ରପୁର/ମୁନିଗୁଡା, (୧୧/୯) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କୁମୁଡ଼ାବାଲି ନିକଟ ବାଲୁଙ୍କେଶ୍ଵର ମନ୍ଦିର ପରିସର ଗୋଷ୍ଠୀ ଗୃହ ଠାରେ ରାୟଗଡ଼ା ଜିଲ୍ଲା ଷୋହଳ ଖଣ୍ଡ ଗୌଡ଼ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ଜିଲ୍ଲା ର ଏଗାର ଗୋଟି ବ୍ଲକ ର ସଭାପତି ସମ୍ପାଦକ ଓ ବୟୋଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଷୋହଳ ଖଣ୍ଡ ଗୌଡ଼ ସମାଜ ର ସଭାପତି ବ୍ରଜସୁନ୍ଦର ନାୟକ ଉପସଭାପତି ତ୍ରିନାଥ ଗୌଡ଼ ସମ୍ମାନ ଅତିଥି ଭାବେ ବରିଷ୍ଠ ଓକିଲ ବୃନ୍ଦାବନ ଗୌଡ଼ ଯୋଗଦେଇଥିଲେ । ସଭା ଆରମ୍ଭ ର ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଙ୍କ ଫୋଟୋ ଚିତ୍ରରେ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ପୂଜା କରାଯାଇଥିଲା ।

ପରେ ଉପସ୍ଥିତି ସଭାପତି, ସମ୍ମାନିତ ଅତିଥି ଙ୍କୁ ପରିଚୟ ପ୍ରଦାନକାରୀ ଉପଢୌକନ ପ୍ରଦାନ କରିଥିଲେ ବ୍ଲକ ସଭାପତି ପଦ୍ମନାଭ ବେହେରା । ପରେ ୧୧ ଗୋଟି ବ୍ଲକ ରୁ ଆସିଥିବା ସମସ୍ତ ସଭାପତିଙ୍କୁ ଉପଢୌକନ ଦେଇ ପରିଚିତ କରାଇଥିଲେ ବ୍ଲକ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୌଡ଼ । ଉକ୍ତ ବୈଠକରେ ସମାଜ ର ବହୁ ପୁରାତନ ଜାତି ଭିତ୍ତିକ କେସ ବହୁବାର ଅଲୋଚନା ହୋଇ ବିଫଳ ହେବା ପରେ ଜିଲ୍ଲା ସଭାପତି ଶ୍ରୀବ୍ରଜସୁନ୍ଦର ନାୟକଙ୍କ ଆହ୍ୱାନ କ୍ରମରେ ବୈଠକ କରାଯାଇଥିଲା ।

ଉପସ୍ଥିତ ଜିଲ୍ଲା ର ସମସ୍ତ କର୍ମକର୍ତ୍ତାଙ୍କ ସହମତି ପ୍ରକାଶ କରିବାରୁ ଉକ୍ତ କେସ ର ସମାଧାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଭାପତି ପଦ୍ମନାଭ ବେହେରା, ସମ୍ପାଦକ ପ୍ରଫୁଲ୍ଲ କୁମାର ଗୌଡ଼, ମୁନିଗୁଡା ପଞ୍ଚାୟତ ସଭାପତି ହାଡ଼ିପା ଗୌଡ଼, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦୋରା, ଆଗୁଳ ଉପସଭାପତି ଚିତ୍ତରଞ୍ଜନ ଗୌଡ଼, ସମ୍ପାଦକ ପ୍ରସାଦ ମହାକୁଡ଼, ଧ୍ରୁବ ଚରଣ ଗୌଡ଼, ଉଦ୍ଧବ ଗୌଡ଼, ଅଚ୍ୟୁତ ଗୌଡ଼, ରମେଶ ଗୌଡ଼ ଓ ଆଲୋକ କୁମାର ବେହେରା ଏହାକୁ ସହଯୋଗ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବ୍ଲକ ଉପସଭାପତି ହରିଚନ୍ଦ୍ର ଗୌଡ଼ ।

Popular Articles