Advertisements
Tuesday, July 7, 2020
Home Education & Literacy ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ କାମାକ୍ଷା, ମାଆଙ୍କ ଠାରୁ ପାଉଥିବା ହାତ ଖର୍ଚ୍ଚ ଟଙ୍କାରେ ସମାଜସେବା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ କାମାକ୍ଷା, ମାଆଙ୍କ ଠାରୁ ପାଉଥିବା ହାତ ଖର୍ଚ୍ଚ ଟଙ୍କାରେ ସମାଜସେବା

ରିପୋର୍ଟ: ଏନ.ସନ୍ତୋଷ କୁମାର
କୋରାପୁଟ, ବୈପାରୀଗୁଡା(୨୯/୦୮/୨୦୧୯): ସମାଜସେବାକୁ ନିଶା ଓ ପେଶାରେ ପରିଣତ କରି ଆଜି ସଫଳତାର ପାହାଚ ଚଢିଛନ୍ତି କୋରାପୁଟର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବି ଛାତ୍ର କାମାକ୍ଷା ପ୍ରସାଦ ମାଝୀ | ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଜାତୀୟ କ୍ରୀଡା ଦିବସ ୨୦୧୯ ଅବସରରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ କାମାକ୍ଷା ପ୍ରସାଦ ମାଝୀ |

୨୦୧୮ବର୍ଷ ପାଇଁ ସେ ରାଜ୍ୟ ସ୍ତରୀୟ ସମାଜସେବା ପୁରସ୍କାର ଗ୍ରହଣ କରିଛନ୍ତି | ଅକ୍ଲାନ୍ତ ପରିଶ୍ରମ ଓ ନିସ୍ଵାର୍ଥପର ସମାଜସେବା ପାଇଁ ଆଜି କାମାକ୍ଷାଙ୍କୁ ଏହି ସାମ୍ମନ ଦିଆଯାଇଛି | କୋରାପୁଟ ଜିଲ୍ଲା ସଦର ମହକୁମା ସ୍ଥିତ କୁମ୍ଭାର ସାହିର ଅବସରପ୍ରାପ୍ତ କିରାଣୀ ଡମ୍ବରୁଧର ମାଝୀଙ୍କ ପୁଅ କାମାକ୍ଷା ପ୍ରସାଦ ମାଝୀ ବର୍ତମାନ ଜୟପୁର ଆଇନ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି | ତାଙ୍କ ମାଆ ଲଷ୍ମୀ ମାଝୀ ଠାରୁ ଯାହା ହାତ ଖର୍ଚ୍ଚ ମିଳେ ତାହାକୁ ସମାଜସେବାରେ ବିନିଯୋଗ କରିଥାନ୍ତି | ପିଲା ଦିନରୁ ହିଁ ସେ ନିଜକୁ ସମାଜସେବାରେ ନିୟଜିତ କରିଆସିଛନ୍ତି | କୋରାପୁଟ ଜିଲ୍ଲା ରୋଗୀ କଲ୍ୟାଣ ସମିତିର ସଦସ୍ୟ ଭାବେ ଥାଇ ସେ ଯେ କୌଣସି ସମୟରେ ରାସ୍ତା କଢ଼ରେ ଥିବା ଗରିବ ଅସହାୟ ଓ ଜରୁରୀ କାଳିନ ପରିସ୍ଥିତିରେ ସାହାଯ୍ୟ ସେବା ଯୋଗାଇବା ପାଇଁ ଆଗ ଧାଡିରେ ଠିଆ ହୁଅନ୍ତି | କୋରାପୁଟ ଜିଲ୍ଲାର ଶହୀଦ ଲଷ୍ମଣ ନାୟକ ଜନ୍ମ ପୀଠ ତେନ୍ତୁଳୀଗୁମ୍ମାର ଉନ୍ନତି ପାଇଁ ୧୦୦କୋଟି ଦାବି ଆନ୍ଦୋଳନର ଉପଦେଷ୍ଟା ଥିଲେ | ଏହି ଆନ୍ଦୋଳନ ପରେ ୨.୬୫କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁରୀ କରିବାରେ ବାଧ୍ୟ ହୋଇଥିଲେ | ଜିଲ୍ଲା ରଣା ଯୁବକ ସଙ୍ଘର ସଭାପତି ଭାବେ ସେ ସବୁବେଳେ ନିଜ ଅଂଚଳର ଯୁବକ ଯୁବତୀଙ୍କୁ ନେଇ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ଚେଷ୍ଟା କରିଆସୁଛନ୍ତି | ରଣା ଓ ଦୋରା ସମାଜକୁ ହିଲ ଟ୍ରାଇବ ମାନ୍ୟତା ପ୍ରଦାନ ପାଇଁ ଆନ୍ଦୋଳନ ଜାରି ରହିଛି ବୋଲି ଜଣାପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଖାଁ ଖାଁ ଲାଗୁଛି ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ , କୋରାପୁଟ

ରିପୋର୍ଟ: ଏନ. ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ଚଳିତ ବର୍ଷ ଅଦୃଶ୍ୟ କରୋନା ମହାମାରୀ ଦୁନିଆକୁ କବଳିତ କରିଛି l ଏହି ସମୟରେ ମନ୍ଦିର ଗୁଡ଼ିକରେ ଭିଡ଼ ଲାଗିଲେ...

Recent Comments

%d bloggers like this: