Friday, March 29, 2024

Top 5 This Week

Related Posts

କଳାହାଣ୍ଡି ର ବିକାଶ ରେ ସାମ୍ବାଦିକତା ସହଯୋଗୀ ହେବା ଉଚିତ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା. (୧୦/୦୯) : ଜନ ସାଧାରଣ ଙ୍କ ନିକଟରେ ଖବର ପହଞ୍ଚାଇବା ସହିତ ସାମାଜିକ, ଅର୍ଥନୈତିକ, ବୌଦ୍ଧିକ, ଶୈକ୍ଷିକ, ସାଂସ୍କୃତିକ ତଥା ସାମୁହିକ କଳାହାଣ୍ଡି ର ବିକାଶ ଦିଗରେ ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଓ ପ୍ରଶାସନିକ କଳକୁ ଦିଗ ଦର୍ଶନ ପ୍ରଦାନ କରିବାରେ ଗଣମାଧ୍ୟମ ଦୃଷ୍ଟି ଦେବା ଉଚିତ ବୋଲି ବକ୍ତା ମାନେ ପ୍ରକାଶ କରିଛନ୍ତି ।WhatsApp Image 2022 09 11 at 8.24.10 PM କଳାହାଣ୍ଡି ର ବିକାଶ ରେ ସାମ୍ବାଦିକତା ସହଯୋଗୀ ହେବା ଉଚିତ

କଳାହାଣ୍ଡି ର ବିକାଶ ପରିଷଦ ତରଫରୁ ସାମ୍ବାଦିକ ମାନଙ୍କୁ ନେଇ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ଢେଙ୍କାନାଳ ସ୍ଥିତ ଆଇ ଆଇ ଏମ ସି ର ନିର୍ଦ୍ଦେଶକ ମୃଣାଳ ଚାଟର୍ଜି ଏବଂ କଳାହାଣ୍ଡି ର ବରପୁତ୍ର ପୂର୍ବତନ ମନ୍ତ୍ରୀ ତଥା ଗାଳ୍ପିକ ସାହିତ୍ୟିକ ରାସ ବିହାରୀ ବେହେରା ଏବଂ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ ଆତିଥ୍ୟ ଭାବେ ଯୋଗଦେଇ ମତ ପ୍ରକାଶ କରିଥିଲେ ।

ତୃଣମୂଳ ସ୍ତରରେ ସ୍ଥିତି ଓ ସୁଯୋଗ ର ସନ୍ଧାନ କରି ସାମ୍ବାଦିକତା ହିଁ ସମାଜକୁ ବିକାଶ ପଥରେ ଆଗେଇ ନେଇପାରେ । ସରକାରଙ୍କ ନୀତି ଓ ଯୋଜନା ସମ୍ପର୍କରେ ଜନସାଧରଣଙ୍କୁ ଜଣାଇବା ସହିତ ତୃଣାମୂଳ ସ୍ତର ର ଆବଶ୍ୟକ ଅନୁଯାୟୀ ଉପସ୍ଥାପନା କରି କେବଳ ସାମ୍ବାଦିକତା ହିଁ ଯୋଗସୂତ୍ର ଭାବେ କାର୍ଯ୍ୟ କରିପାରେ । ସେଥିପାଇଁ ସାମ୍ବାଦିକ ମାନେ ଉନ୍ନୟନ ମୁଖ୍ୟ ହେବାର ଆବଶ୍ୟକତା ରହିଛି ବୋଲି ଢେଙ୍କାନାଳ ସ୍ଥିତ ଆଇ ଆଇ ଏମ ସି ର ନିର୍ଦ୍ଦେଶକ ଡ଼ଃ ମୃଣାଳ ଚାଟର୍ଜି କହିଛନ୍ତି । ପରିଷଦ ତରଫରୁ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଆଲୋଚନା ର ସାରାଂଶ ଉପସ୍ଥାପନ କରିଥିଲେ ।

ଏଥିରେ ଅବସରପ୍ରପ୍ତ ପ୍ରାଧ୍ୟାପକ ଅଜୟ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା, ଦେବେନ୍ଦ୍ର ବିଷୟ, ରାଜକୁମାର ସିଂହଦେଓ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ଉପସ୍ଥିତ ବହୁ ସାମ୍ବାଦିକ ଅଂଶ ଗ୍ରହଣ କରିଥିଲେ । କଳାହାଣ୍ଡି ବିକାଶ ପରିଷଦ ର ଅଧ୍ୟକ୍ଷା ସୁନିତି ମୁଣ୍ଡ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବହୁ ସାମ୍ବାଦିକ ତଥା ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

Popular Articles