ଜିଲ୍ଲାରେ ଆବାସିକ ବିଦ୍ୟାଳୟରେ ଶିଶୁ ମାନଙ୍କୁ ଯୌନ ଶୋଷଣରୁ ମୁକ୍ତି,ସୁରକ୍ଷା ଓ ନିରାପତ୍ତା ପାଇଁ ତାଲିମ କାର୍ଯ୍ୟକ୍ରମ

ରିପୋର୍ଟ: ପ୍ରଦୀପ କୁମାର ପାତ୍ର
ଗୁଣୁପୁର(୨୮/୦୮): ରାଜ୍ୟରେ ଦିନକୁ ଦିନ ଆବାସିକ ବିଦ୍ୟାଳୟ ଗୁଡିକରେ ଯୌନ ନିର୍ଯାତନା ବଢୁଥିବା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ଯେପରି କୌଣସି ଛାତ୍ରୀ ଶିକାର ନ ହେବେ ସେଥିପାଇଁ ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପରିଚାଳିତ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ସୁପରିଟେଣ୍ଡେଣ୍ଟ,ମାଟ୍ରନ ଓ ଏଏନଏମ୍ ମାନଙ୍କୁ ଏ ବିଷୟରେ ଦକ୍ଷ କରିବା ଓ ଆଇନ ଗୁଡିକ ବିଷୟରେ ଅବଗତ ହେବା ନିମନ୍ତେ ଏକ ଦିନିକିଆ ତାଲିମ ଶିବିର ଗୁଣୁପୁର ଟାଉନହଲରେ ଅନୁଷ୍ଠିତ ହୋଇଛି ।

ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଗୁଣୁପୁର ଉପଜିଲ୍ଲାପାଳ ଡ଼ଃ ବି ଏସ ବଳୀର।ମ ,ଶ୍ରୀଯୁକ୍ତ ନନ୍ଦ ଲାଲ ବିଶ୍ୱାଳ, ଶ୍ରୀଯୁକ୍ତ ଗୋରଚ।ନ୍ଦ ଗମାଙ୍ଗ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ମଞ୍ଚ।ସିନ ଥିଲେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ରାଜ୍ୟ ତାଲିମ କେନ୍ଦ୍ର ର ପ୍ରକଳ୍ପ ପରିଚାଳକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିବା କିଶୋର କିଶୋରୀ ମାନଙ୍କ ଯତ୍ନ ଓ ସୁରକ୍ଷା ତଥା ସେମାନଙ୍କୁ କିଭଳି ଭାବରେ ଯୌନ ବ୍ୟଭିଚାରରୁ ସୁରକ୍ଷା ଦିଆଯାଇପାରିବ, ବ୍ୟଭିଚାରରୁ ମୁକ୍ତ କରିବା,ବିଦ୍ୟାଳୟ ପରିବେଶକୁ କିପରି ଶିଶୁ ଉପଯୋଗୀ ହୋଇପାରିଵ ସେହି ଉଦ୍ଦେଶ୍ୟରେ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments are closed.