Advertisements
Thursday, July 9, 2020
Home District News ସିଆରପିଏଫ ବ୍ୟାଟେଲିୟନ ଇ/୬୪ ତରଫରୁ ସଚେତନା କାର୍ଯ୍ୟକ୍ରମ

ସିଆରପିଏଫ ବ୍ୟାଟେଲିୟନ ଇ/୬୪ ତରଫରୁ ସଚେତନା କାର୍ଯ୍ୟକ୍ରମ

ରିପୋର୍ଟ: ହିରୋଜ କୁମାର ସାହୁ
ମ.ରାମପୁର(୨୮/୦୮): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ମାଓ ଅଞ୍ଚଳ ମୋହନଗିରିର ମେନ ରୋଡ଼ ଠାରେ ଆଜି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ବାଟାଳିଅନ ଇ/୬୪ ତରଫରୁ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୋହନଗିରି ଇ/୬୪ର ଆସିଷ୍ଟାଣ୍ଡ କମାନଡେଣ୍ଟ ଅନିରୁଦ୍ଧ ପାଣ୍ଡେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମୋହନଗିରି ସରପଞ୍ଚ ବଳଭଦ୍ର ପାତ୍ର ଏବଂ ସିଂପୁର ପଞ୍ଚାୟତର ସରପଞ୍ଚ ବିଦ୍ୟାଧର ପାତ୍ର ଯୋଗଦେଇଥିଲେ | ମୋହନଗିରି ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି ହୋଇଥିଲା । ଏହି ସଚେତନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପୋଲିସକୁ ନକ୍ସଲମାନେ ଭୟଭୀତ ନ ହୋଇ ହିଂଶା ମାର୍ଗ ଛାଡ଼ିକି ଅହିଂଶା ମାର୍ଗରେ ଯାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପୋଲିସ ସହିତ ସୁସମ୍ପର୍କ ରଖି ଆତ୍ମସମର୍ପଣ କରି ସରକାରଙ୍କର ସବୁ ପ୍ରକାର ଯୋଜନାର ସୁବିଧାର ଲାଭ ପାଇବାପାଇଁ ଏକ ସଚେତନ କରାଯାଇଥିଲା | ଏହି ସଚେତନା କାର୍ଯ୍ୟକ୍ରମଟି ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗାର କଳାକାର ମାନଙ୍କୁ ନେଇ ଏକ ଛୋଟିଆ କାଳ୍ପନିକ ନାଟକ ପରିଚୟ ଏବଂ କୁନିକୁନି କଳାକାରଙ୍କ ଦ୍ବାରା ସମ୍ବଲପୁରୀ ନୃତ୍ୟ ମାଧ୍ୟମରେ ସଚେତନା କରାଯାଇଥିଲା । ମୋହନଗିରି ଇ/୬୪ବାଟାଳିଆନର ଏଭଳି ଏକ ସଚେତନା କାର୍ଯ୍ୟକ୍ରମକୁ ଅଞ୍ଚଳର ଲୋକେ ବହୁତ ପ୍ରଶଂସା କରିଥିଲେ | ଆଗକୁ ଏଭଳି ଆହୁରି ଅନେକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବବୋଲି ଇ/୬୪ବାଟାଳିଆନର କମାନଡେଣ୍ଟ ବିପ୍ଳବ ସରକାର ଅଞ୍ଚଳର ଜନସାଧାରଣଙ୍କୁ ପ୍ରେରଣା ଦେଇଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୯/୦୭): ଗତ ୦୭ :୦୭ :୨୦ ତାରିଖ ଦିନ ରାୟଗଡା ପୌରପାଳିକା ସ୍ଥିତ ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ...

ରାୟଗଡ ଜିଲ୍ଲାପାଳ ଙ୍କ ବ୍ଲକ ଗସ୍ତ ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଧ୍ୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (ତା.୯/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକର ବିଭିନ୍ନ ସ୍ଥାନରେ ଗତକାଲି ତା.୮.୭.୨୦ରିଖଦିନ ଅଚାନକ ଗସ୍ତ କରି...

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

ବିଲ ମଧ୍ୟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ରାଉତ //ଧର୍ମଗଡ (୦୮/୦୭): ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି ।

Recent Comments

%d bloggers like this: