Friday, March 29, 2024

Top 5 This Week

Related Posts

ବିଶ୍ୱ ଆଦୃତ ଆନନ୍ଦ ଅନୁଭୂତି ଯୋଗ ଶିବିର ଉଦଯାପିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୧/୦୯) : ଆଜି ବୌଦ୍ଧ ଏନ ଏ ସି ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ସାରା ବିଶ୍ୱ ଆଦୃତ ସୁଦର୍ଶନ କ୍ରିୟା ଆନନ୍ଦ ଅନୁଭୂତି ଶିବିର ଗତ ୦୬ ତାରିଖ ଠାରୁ ଆରମ୍ଭ ହୋଇ ୧୧ ତାରିଖରେ ସମାପନ ହୋଇଯାଇଛି lWhatsApp Image 2022 09 11 at 6.41.02 PM ବିଶ୍ୱ ଆଦୃତ ଆନନ୍ଦ ଅନୁଭୂତି ଯୋଗ ଶିବିର ଉଦଯାପିତ

ବୌଦ୍ଧରେ ବିଶ୍ୱ ଆଦୃତ ଆନନ୍ଦ ଅନୁଭୂତି ଯୋଗ ଶିବିର ର ୬ ଦିନିଆ କର୍ମଶାଳାରେ ୨୫ ଜଣ ଅଂଶ ଗ୍ରହଣ କରିଥିଲେ l ଆର୍ଟ ଅଫ ଲିଭିଂର ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବେ ସର୍ବଶ୍ରୀ ରଞ୍ଜନ କୁମାର ସାହୁ ଏବଂ ଶ୍ରୀମତୀ ପ୍ରମିଳା ନାଥ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ l ବରୁଣ କୁମାର ମହାନ୍ତ, ଗୀତିଶ୍ରୀ ମହାନ୍ତି, ଡା. ମମତା ମିଶ୍ର ପ୍ରମୁଖ ଯୋଗଦେଇ ଅଂଶ ଗ୍ରହଣକାରୀଙ୍କୁ ଜୀବନରେ ବଞ୍ଚିବାର କଳା ସହିତ ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି, ଏକାଗ୍ରତା, ଦୃଢ ଆତ୍ମବିଶ୍ୱାସ, ପାରିସ୍ପରିକ ସୁସମ୍ପର୍କରେ ଉନ୍ନତି, ଅଧ୍ୟାତ୍ମୀକତାର ବିକାଶ, ଚିନ୍ତାମୁକ୍ତ ଏବଂ ଆନନ୍ଦମୟ ଜୀବନ, ସାଧାରଣ ମଣିଷ ଜୀବନରେ ଚାଁହୁଥିବା ମାନସିକ ଦୁଶ୍ଚିନ୍ତା ଓ ବିଷାଦରୁ ମୁକ୍ତି, ମାନସିକ ଉଦବେଗ ଓ ଉତ୍କଣ୍ଠା ରୁ ମୁକ୍ତି, ଅବସାଦ, ଭୟ ଓ ଆଶଙ୍କାରୁ ମୁକ୍ତି ଓ ନକରାତ୍ମକ ଚିନ୍ତା ରୁ ମୁକ୍ତି ଇତ୍ୟାଦି ଉପରେ ଶିକ୍ଷା ପ୍ରଦାନ କରିଥିଲେ l

ଶେଷ ଦିନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ଶିବିରକୁ ସୁଚାରୁ ଭାବେ ପରିଚାଳନା କରିଥିଲେ ବିଜୟ କୁମାର ପ୍ରଧାନ, ସୁଜ୍ଞାନ କୁମାର ପାତ୍ର, ଦେବାଶିଷ ପୁରୋହିତ ସୁବର୍ଣ୍ଣା ନାୟକ, ସୁନିତା ଦାସ ଇତ୍ୟାଦି l ଶେଷରେ କୃତ୍ତିବାସ ପଲିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଏକ ମେଗା ହେପିନେଶ ଶିବିର ବୌଦ୍ଧରେ ଆୟୋଜନ କରାଯିବାର ନିଷ୍ପତ୍ତି ନିଆଗଲା l

Popular Articles