ଟ୍ରାନସଫରମର ପୋଡି ପାଞ୍ଚ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

0
127
ଟ୍ରାନସଫରମର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୧/୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ଗ୍ରାମପଞ୍ଚାୟତ ବିରାମଚନ୍ଦ୍ରପୁର ଗ୍ରାମ ବାଘ ସାହି ର ଟ୍ରାନସଫରମର ପୋଡି ଆଜକୁ ପାଞ୍ଚ ଦିନ ହେଲା ଗ୍ରାମବାସୀ ଅନ୍ଧାରରେ ଥିବା ଅଭିଯୋଗ ଶୁଣିବାକୁ ମିଳୁଛି ।

ଲଗାଣ ବର୍ଷାରେ ବିଜୁଳି ଘଡଘଡିରେ ଟ୍ରାନସଫରମର ଟି ପୋଡି ଯାଇଥିବାର ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ । ଏହି ବ୍ଲକରେ ଟିକିଏ ପତର ହଲିଲେ ବିଦ୍ୟୁତ ଯାଉଥିବାରୁ ଗ୍ରାହକ ନାହିଁ ନଥିବା ଅସୁବିଧା ଭୋଗୁଥିବାର କୁହାଯାଉଛି । ଏମିତି ସ୍ୱାଭାବିକ ଭାବରେ ଦୈନନ୍ଦିନ ଚାରି ରୁ ପାଞ୍ଚ ଘଣ୍ଟା ବିଦ୍ୟୁତ କାଟ କରୁଥିବାର ଜନସାଧାରଣଙ୍କ ଅଭିଯୋଗ ହେଉଛି । ବିଦ୍ୟୁତ ଚାଲିଗଲେ ବିଭାଗ କର୍ମଚାରୀଙ୍କ ମୋବାଇଲ ସୁଇଜ ଅଫ ହୋଇଯାଉଛି ।

ଏଠାରେ ଭଗବାନ ଭରସାରେ ବିଦ୍ୟୁତ ସେବା ମିଳୁଥିବାର କୁହାଯାଉଛି । ତୁରନ୍ତ ବାଘ ସାହି କୁ ଟ୍ରାନସଫରମର ଯୋଗାଇ ଦେବାପାଇଁ ଗ୍ରାମବାସୀ ଙ୍କ ଦାବି ହେଉଛି ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଜନମତ ପ୍ରକାଶ ପାଉଛି ।