Friday, March 29, 2024

Top 5 This Week

Related Posts

ସମ୍ବାଦ ଓ ଆମ ଓଡିଶା ର ପରୀକ୍ଷା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୦୯) : ଆଜି ଓଡ଼ିଆ ଖବର କାଗଜ ସମ୍ବାଦ ଓ ଆମ ଓଡିଶା ତରଫରୁ ସ୍ଥାନୀୟ ବାରଣାସୀ ହାଇସ୍କୁଲରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ବ୍ଲକ ର ବିଭିନ୍ନ ଉପ୍ର ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଆଦର୍ଶ ବିଦ୍ୟାଳୟ ଓ ବିଭିନ୍ନ ପ୍ରାଇଭେଟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସମ୍ବାଦ ଓ ଆମ ଓଡିଶା ପରୀକ୍ଷା ରେ ଭାଗ ନେଇଛନ୍ତି । ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ, ଓଡ଼ିଆ ଭାଷା ଜ୍ଞାନ ଏଭଳି ୧୬୫ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ସମ୍ବାଦ ପ୍ରତିନିଧି, ସମାଜ ଓ ପ୍ରସଙ୍ଗ, ପ୍ରମେୟ, ନିତିଦିନ, ଦୈନିକ ଆଶା ର ପ୍ରତିନଧି ମାନେ ସହଯୋଗ କରିଛନ୍ତି । ଏତଦ ବ୍ୟତୀତ ସି ଆର ସି ସି ଗୋପାଳ ରାଓ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପଣ୍ଡା, ଜୟ ମିଶ୍ର, ଜଗଦୀଶ ପାତ୍ର, ସମାଜ ସେବୀ ତ୍ରିନାଥ ନାୟକ ଯୋଗ ଦେଇ ପରୀକ୍ଷା କୁ ସମ୍ପାଦନ କରିଥିଲେ ।

Popular Articles