Advertisements
Tuesday, June 2, 2020
Home District News ନବରଙ୍ଗପୁରରେ କୃଷି ଓ କୃଷକର ବିକାଶ ପାଇଁ ସରକାର ଆଗଭର

ନବରଙ୍ଗପୁରରେ କୃଷି ଓ କୃଷକର ବିକାଶ ପାଇଁ ସରକାର ଆଗଭର

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ
ନବରଙ୍ଗପୁର(୨୮/୦୮/୧୯): କୃଷି ଓ କୃଷକ ର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଚାଷୀ ମାନଙ୍କ ଆର୍ଥିକ ସ୍ଥିତିକୁ ସ୍ୱଚ୍ଛଳ କରିବାପାଇଁ ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବରଙ୍ଗପୁର ଜିଲ୍ଲା ପାଇଁ ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାର ଚାଷୀ ସବୁ ପ୍ରକାରର ଚାଷ କରୁଥିବା ବେଳେ ଯଦି ଏହି ଚାଷ ଗୁଡିକୁ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଚାଷ କରନ୍ତି ତେବେ ଅଧିକା ଲାଭନ୍ବିତ ହୋଇପାରିବେ ସେହି ଲକ୍ଷ୍ୟ ନେଇ ଏହି ପ୍ରୋଜେକ୍ଟର ଉଦଘାଟନ କରାଯାଇଛି । ଏହି ପ୍ରୋଜେକ୍ଟ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରରୁ ନିଜେ ବୈଜ୍ଞାନିକ ମାନେ ଜିଲ୍ଲାର କୃଷକ ମାନଙ୍କ ନିକଟକୁ ଆସି ସେମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବାକୁ ଶିଖାଇ ଉତ୍କୃଷ୍ଟ ଚାଷ କରିବା ପାଇଁ ପଦ୍ଧତି ଦେବେ ଯାହାଫଳରେ ଚାଷୀ କେଉଁ ଚାଷ କରିଲେ ବେସ ଲାଭାନ୍ବିତ ହୋଇପାରିବ ସେନେଇ କୌଶଳ ପ୍ରଦାନ କରିବେ । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ନବରଙ୍ଗପୁର ଜିଲ୍ଲାକୁ ପାଇଲଟ ଜିଲ୍ଲା ଭାବେ ନିଆଯାଇ ଏହି କାର୍ଯ୍ୟକ୍ରମ ହୋଇଛି । ଜିଲ୍ଲାରେ ଏହାର ସଫଳତା ପରେ ରାଜ୍ୟର ଅନ୍ୟ ଜିଲ୍ଲାକୁ ମଧ୍ୟ ସଂପ୍ରସାରିତ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ସହଭାଗିତାରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରୋଜେକ୍ଟ ପାଇଁ ୫ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏଥିସହ ଚାଷୀଙ୍କୁ ଲେମନ ଗ୍ରାସ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଲେମନଗ୍ରାସ ଚାଷ କରି ସେଥିରୁ ତେଲ ଉତ୍ପାଦିତ କରି ଚାଷୀ ବେସ ଲାଭବାନ ହୋଇପାରିବେ ବୋଲି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ ଝଡି ଯାଇ ଅଦରକାରୀ ହୋଇପଡିଥିବା ନୀଳଗିରି ପତ୍ରରୁ ତେଲ ବାହାର କରିବା ପଦ୍ଧତି ବି ବୈଜ୍ଞାନିକ ମାନେ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷି ହିଁ ଅର୍ଥନୀତିର ମେରୁଦଣ୍ଡ ଥିବା ବେଳେ ଯଦି ଏହି କ୍ଷେତ୍ରର ଉନ୍ନତି ହୋଇପାରିଲେ ଦେଶର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସବୁ କାର୍ଯ୍ୟ କୁ ୫-ଟି ମାଧ୍ୟମରେ ସବୁ ବିଭାଗର ସହଯୋଗ ଓ ମିଳିତ ଉଦ୍ୟମରେ ଚାଷୀର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅପରପକ୍ଷରେ ଏହି ବୈଠକରେ ଉପସ୍ଥିତ ଥିବା ଚାଷୀ ମାନେ ଉକ୍ତ ପଦ୍ଧତିକୁ ସ୍ୱାଗତ କରିବା ସହିତ କିନ୍ତୁ ଯଦି ଜଳସେଚନର ସୁବିଧା ହୋଇନପାରିବ ତେବେ ଯେକୌଣସି ଯୋଜନା କରିଲେ ମଧ୍ୟ ତାହାର ସୁଫଳ ମିଳିପାରିବନାହିଁ ବୋଲି ଚାଷୀ ମାନେ ପ୍ରକାଶ କରିଥିଲେ । ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାର ରହିଥିବା ବେଳେ କିନ୍ତୁ ଏହାର ଜଳ ଜିଲ୍ଲାର କୃଷି କାର୍ଯ୍ୟରେ ବ୍ୟବହୃତ ହୋଇପାରୁନଥିବା ରୁ କ୍ଷୋଭ ପ୍ରକାଶ କରିଥିଲେ ଚାଷୀ ମାନେ । ଜିଲ୍ଲାରେ ଜଳସେଚନ ବିଭାଗ ଦ୍ଵାରା କରାଯାଉଥିବା ପ୍ରୋଜେକ୍ଟ ଗୁଡିକ ବିଫଳ ହୋଇଥିବା ଚାଷୀ ମାନେ ପ୍ରକାସ କରିଥିଲେ । ଏହି ଅବସରରେ ନବରଙ୍ଗପୁର ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ସହ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

କ୍ଲଷ୍ଟରସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା ଗ୍ରାମରେ କ୍ଲଷ୍ଟର ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

Recent Comments

%d bloggers like this: