ରାଜ୍ୟ ସ୍ତରୀୟ ୨୦ତମ ମଦର ଟେରେସା କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

0
128
ରାଜ୍ୟ ସ୍ତରୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୯) : ସୁନ୍ଦରଗଡ଼ ଠାରେ ଓଡ଼ିଶା ଆଇସିଏସଇ ସ୍କୁଲ ସଂଘ ପକ୍ଷରୁ ଆୟୋଜିତ ହୋଇଥିବା ସବ୍ ଜୁନିଅର ରାଜ୍ୟ ସ୍ତରୀୟ ୨୦ତମ ମଦର ଟେରେସା କୁଇଜ୍ ପ୍ରତିଯୋଗିତାରେ ସୋନପୁର ର ସେଣ୍ଟ ଆନସ କନଭେଣ୍ଟ ସ୍କୁଲ ର ସପ୍ତମ ଶ୍ରେଣୀ ଛାତ୍ର ଅର୍ଣ୍ଣବ କୁମାର ସାହୁ ଓ ଅର୍ଜୁନ କୁମାର ବଘାର ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।WhatsApp Image 2022 09 11 at 10.32.37 AM ରାଜ୍ୟ ସ୍ତରୀୟ ୨୦ତମ ମଦର ଟେରେସା କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ରାଜ୍ୟ ସ୍ତରୀୟ ୨୦ତମ ମଦର ଟେରେସା କୁଇଜ ପ୍ରତିଯୋଗିତା କୁ ଜାତୀୟ ସ୍ତର ର କୁଇଜ ମାଷ୍ଟର ଡ଼. ଅରୁଲ ମଣି ପରିଚାଳନା କରିଥିବା ବେଳେ ପ୍ରତିଯୋଗିତା ଟି ସୁନ୍ଦରଗଡ଼ ର ସେଣ୍ଟ ଥେରେସା ଇଂଲିଶ ସ୍କୁଲ ଠାରେ ଅନୁଷ୍ଠିତ ହୋଇଥିଲା । ପୁରସ୍କାର ସ୍ୱରୂପ ଉଭୟଙ୍କୁ ଟ୍ରଫି, ପ୍ରମାଣ ପତ୍ର ଓ ଦୁଇ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି । ଏ ଦୁହିଁ ଙ୍କ ସଫଳତାରେ ଜିଲ୍ଲାର ଶିକ୍ଷାପ୍ରେମୀ ଆନନ୍ଦ ପ୍ରକଟ କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।