ନିମ୍ନମାନର ସ୍କୁଲ ଘର କାମ, ଲୋକ ଅସନ୍ତୋଷ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୨୭/୮/୧୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାସ୍ଥିତ ସରକାରୀ ଏସଏସ ଡି ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ବିଦ୍ୟାଳୟରେ ୪୮୫ ଜଣ ଛାତ୍ର ପ୍ରଥମ ଶ୍ରେଣୀ ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରନ୍ତି | ଶିକ୍ଷକ ୯ଜଣ ଅଛନ୍ତି |ହେଲେ ଆବଶ୍ୟକ ଅନୁସାରେ କ୍ଲାସ ରୁମ ନ ଥିବାରୁ ଆଟଡିଏ ତରଫରୁ କ୍ଲାସରୁମ ନିର୍ମାଣ ନିମନ୍ତେ ୫୭ଲକ୍ଷ ଟଙ୍କା ଆଶିଛି |

କାମଟି ମଧ୍ୟ୍ୟ ଆରମ୍ଭ ହୋଇ ଫାଉଣ୍ଡସନ ଗତ ୩/୪ମାସ ହେବ ସରିଯାଇଛି ସତ କିନ୍ତୁ କାମଟି ଅତି ନିମ୍ନମାନର ହୋଇଥିବାରୁ ଫାଉଣ୍ଡସନ ଦବିଯାଉଥିବା ଦେଖିବାକୁ ମିଳିଛି | ଏହାକୁ ଦେଖି ଅଭିଭାବକ ମାନଙ୍କ ମନରେ ଏକ ପ୍ରଶ୍ନବାଚ଼ି ସୃଷ୍ଟି ହେଉଛି ଯେ କାମଟି ଫାଉଣ୍ଡସନରୁ ହିଁ ଏହିଭଳି ହେଉଛି ତେବେ କ୍ଲାସରୁମଟି ସରିବା ପରେ ଛାତ୍ରମାନେ ଶାନ୍ତିରେ ବସି ପାଠ ଅଧ୍ୟୟନ କରିପାରିବେ |କାମଟିକୁ ତଦାରଖ କରିବା ପାଇଁ ଯନ୍ତ୍ରି ଏଠାକୁ ଆସୁ ନ ଥିବା ଯୋଗୁଁ ଚନ୍ଦ୍ରପୁର ଭଳି ପଛୁଆ ଅଂଚଳରେ ଏହି ଭଳି କାମ ହେଉଛି ବୋଲି ଜନସାଧାରଣରେ ପ୍ରଶ୍ନ ଉପୁଜୁଛି |ଏଣୁ ପ୍ରଶାସନକୁ ଏଥିପ୍ରତି ଦୃଷ୍ଟି ଦେଇ କ୍ଲାସରୁମଟି ନିର୍ମାଣ ନିମନ୍ତେ ସ୍କୁଲ କମିଟି ନିବେଦନ କରନ୍ତି | ଏବଂ ପିଲାମାନଙ୍କ ରହିବା ନିମନ୍ତେ ହଷ୍ଟେଲ ଘର ତିଆରି ହୋଇରହିଛି |କୌଣସି କାରଣରୁ ସେହିଘରଟି ହସ୍ତାନ୍ତର ହେଉ ନାହି ତାହା ତଦନ୍ତକରି ହଷ୍ଟେଲଟି ସରକାରୀ ଏସଏସଡି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରିବା ନିମନ୍ତେ ମଧ୍ୟ୍ୟ ନିବେଦନ କରନ୍ତି |

Comments are closed.