ଅହିଂସା ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
121
ଅହିଂସା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୯/୯) : ରାୟଗଡ଼ା ଜିଲ୍ଲାରେ ଅହିଂସା ରଥକୁ ସ୍ଵାଗତ କରିବା ନିମନ୍ତେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା lWhatsApp Image 2022 09 10 at 5.35.10 PM ଅହିଂସା ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଅହିଂସା ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକରେ ଅତିରକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସମୋନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରାୟଗଡ଼ା ଭୀମସେନ ଶବର, ଉପଜିଲ୍ଲାପାଳ ଗୁଣପୁର ଲୋକନାଥ ଦଲାବେହେରା ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓ, ଜିଲ୍ଲା ସ୍ଥରୀୟ ଅଧିକାରୀ, ନୋଡ଼ାଲ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ମଙ୍ଗଳ ସଂପ୍ରଶାରଣ ଅଧିକାରୀ, ଲୋକସମ୍ପର୍କ ଅଧିକାରୀ ଉତ୍କଳ ଆଲୁମିନା ଟିକିରି, ଜେକେ କାଗଜ କଲ, ଜେକେପୁର, ଇମ୍ଫା ଥେବାଲି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ଜିଲ୍ଲାକୁ ଦୁଇଟି ଅହିଂସା ରଥ କୋରାପୁଟ ଦେଇ ଆସନ୍ତା ୧୭/୯/୨୨ ରିଖ ଦିନ ରାୟଗଡ଼ା ଜିଲ୍ଲାରେ ପ୍ରବେଶ କରିବ ଏବଂ ୨୦/୯/୨୨ ରିଖ ଯାଏଁ ଜିଲ୍ଲା ର ବିଭିନ୍ନ ବ୍ଲକ ର ପ୍ରମୁଖ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ ଓ ଜାତି ର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବାର୍ତ୍ତା ନେଇ ଜିଲ୍ଲା ପରିକ୍ରମା କରିବ l ଏହି ରଥକୁ ଗତ ଅଗଷ୍ଟ ମାସ ୧୫ ତାରିଖରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ l

ଏହି ରଥ ଦୁଇଟି ରାୟଗଡ଼ା ଜିଲ୍ଲାରେ ପ୍ରବେଶ କରିବା ବେଳେ ସୀମାନ୍ତ ଗ୍ରାମ ସାନକୁଟୀଙ୍ଗା ଗ୍ରାମରେ ବିପୁଳ ଭାବରେ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଦ୍ଵାରା ସ୍ଵାଗତ କରାଯିବ l ସେଠାରୁ ଆସିଲା ପରେ ଗୋଟିଏ ରଥ ରାଫ କଣା ଦେଇ କାଶୀପୁର ବ୍ଲକ ଅଭିମୁଖେ ବାହାରିବ ଏବଂ କାଶୀପୁର ରୁ କେ. ସିଂପୁର, ବିଷସମ କଟକ, ମୁନିଗୁଡା, ଚନ୍ଦ୍ରପୁର ବ୍ଲକ ଦେଇ ଗୁଣପୁରରେ ପହଞ୍ଚିବ l ଅନ୍ୟଟି ରାୟଗଡ଼ା ବ୍ଲକ ଦେଇ କଲନାରା, ରାମନାଗୁଡା, ଗୁଣପୁର, ପଦ୍ମପୁର, ଗୁଡାରି ଦେଇ ଚନ୍ଦ୍ରପୁର ବ୍ଲକ ର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରି ଗୁଣପୁର କୁ ଫେରି ଆସିବ ଏବଂ ତା ୨୧/୯/୨୨ ସକାଳ ସମୟରେ ଗଜପତି ଜିଲ୍ଲା ଅଭିମୁଖେ ପ୍ରସ୍ଥାନ କରିବ l