Related Contents

ରାଇକିଆରେ ଲଗାଣ ବର୍ଷାରେ ରାସ୍ତା ବେହାଲ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୨୭/୦୮): କନ୍ଧମାଳ ଜିଲ୍ଲା ରାଇକିଆ ଅନ୍ତର୍ଗତ ମଣ୍ଡାସର ଗ୍ରାମର ମୁଖ୍ୟରାସ୍ତା ଲଗାଣ ବର୍ଷାରେ ଦାବି ଯାଇ ଗାତ ସୃଷ୍ଟି ହୋଇ ବିପଦ ସଂକୁଳ ହୋଇଛି | ଏକ ଘରୋଇ ଠିକ ସଂସ୍ଥା ପକ୍ଷରୁ ଏହି କାମ ହୋଇଥିଲା |

ଏହି ମଣ୍ଡାସର ରାସ୍ତାଦେଇ ପ୍ରତିଦିନ ଗାଡି, ମଟର ଯିବାଆସିବା କରିଥାଏ ଅନେକ ପର୍ଯ୍ୟଟନ ସ୍ଥଳୀକୁ | ତତ ସହିତ ଏହି ରାସ୍ତା ଦେଇ ଗୁରୁଦେବ ସ୍କୁଲ , ମଣ୍ଡାସର ଓ ରାଇକିଆ ସ୍କୁଲ କୁ ଅନେକ ଛାତ୍ରଛାତ୍ରୀମାନେ ଯିବାଆସିବା କରିଥାନ୍ତି | ତେଣୁ ଏହାର ମରାମତି ନ ହେଲେ ଲୋକେ ଯିବା ଆସିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି | ସେପରି ମୁରୁଡ଼ିକୁପୁଡା ନିକଟରେ ଏକ ଡାଇଭରସନ ରାସ୍ତା ଦାବି ଯିବା ଫଳରେ ବହୁ ଅସୁବିଧା ମଧ୍ୟ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି |

Comments are closed.