Saturday, August 8, 2020
Home headline ବିଶ୍ଵହିନ୍ଦୁ ପରିଷଦ ସ୍ଥାପନ ଦିବସ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଆନୁକୁଲ୍ୟରେ ସାଧାରଣ...

ବିଶ୍ଵହିନ୍ଦୁ ପରିଷଦ ସ୍ଥାପନ ଦିବସ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଆନୁକୁଲ୍ୟରେ ସାଧାରଣ ସଭା ଅନୁଷ୍ଠିତ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୨୭/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ବାଈଁଶିରିଆ ପଂଚାୟତ ସ୍ଥିତ ସତୀପଡ଼ିଆ ଠାରେ ବିଶ୍ଵ ହିନ୍ଦୁ ପରିଷଦ ଶାଖାର ସ୍ଥାପନ ଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅକ୍ଷୟ ବଳ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦଜିଙ୍କ ସେବକ ଶ୍ରୀଯୁକ୍ତ ରବୀନ୍ଦ୍ର ଜେନା, ଯୋଗ ଶିକ୍ଷକ ଶ୍ରୀଯୁକ୍ତ ଧନେଶ୍ୱର ବେହେରା ଓ ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ମାତୃଶକ୍ତି ସହ- ସଂଯୋଜିକା ଶ୍ରୀମତୀ କଲ୍ୟାଣୀ କର ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତା ବାଣୀ ପ୍ରଚାର ସମିତି କାର୍ଯ୍ୟ କର୍ତ୍ତା ଅପୂର୍ବ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ  କରା ଯାଇଥିଲା। ସ୍ବାମୀଜିଙ୍କ ଉଦ୍ଦେଶ୍ୟରେ ରଞ୍ଜନ ମଲିକ୍ ଙ୍କ ଦ୍ଵାରା ଗୀତା ପାଠ ଓ କୁନି କୁନି ପିଲାମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରା ଯାଇଥିଲା । ଉକ୍ତ ସଭାକୁ ବଜରଙ୍ଗ ଦଳର ଜିଲ୍ଲା ସହ ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ କର ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରୀ ପ୍ରଖଣ୍ଡର ସମସ୍ତ ଶାଖାରୁ ବଜରଙ୍ଗ ଭାଇ ମାନେ ଯୋଗଦାନ କରିବା ସହିତ ବରୀ ପ୍ରଖଣ୍ଡର ସଂଯୋଜକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପରିଡ଼ା,ପାର୍ଥ ଶର୍ମା,ଦଶରଥ ଜେନା,ପଙ୍କଜ କର୍,ଦୀପକ୍ ଭରଦ୍ୱାଜ,ଅଶୋକ ମାଲିକ୍, ସନ୍ତୋଷ ଦାସ,ରବିନାରାୟଣ ଓଝା, ଶ୍ରୀକାନ୍ତ ମଲିକ୍, ଅଲେଖ ମଲିକ ,ଗଗନ ମଲିକ, ମଣ୍ଟୁ ମଲିକ, ଅମର ରଣା ,ମାନସ ରାଉତ ଆଦି ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ କର୍ମୀମାନେ ତଥା ଦେବବ୍ରତ ଦାସ, ସୁବାସ ଦାସ,ଭାଗିରଥି ଦାସ ଓ ସୁନାକର ମଲିକ୍ ସହଯୋଗ କରିଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: