Friday, March 29, 2024

Top 5 This Week

Related Posts

ବୀରମହ‍ାରାଜପୁର ପୁଲିସ ଦ୍ୱାରା ଆନ୍ତଃ ଜିଲ୍ଲ‍ା ବାଇକ ଚୋରୀ ରାକେଟ ଗିରଫ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୯/୯) : ସୁବର୍ଣ୍ଣପୁର ଜିଲ୍ଲା ବୀରମହ‍ାରାଜପୁର ପୁଲିସ ଦ୍ୱାରା ମୋଟ ୧୨ ଟି ଚୋରୀ ବାଇକ ଉଦ୍ଧାର ହେବା ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେଥି ମଧ୍ୟରୁ ୨ ନାବାଳକ ଥିବା ସୂଚନା ।

ସୂଚନା ଅନୁସାରେ ଏହି ଚୋର ଦଳ ରାଜ୍ୟ ର ବିଭିନ୍ନ ସହରରୁ ବାଇକ ଚୋରୀ କରି ନମ୍ବର ପ୍ଲେଟ ବଦଳାଇ କମ ଦରରେ ବିକ୍ରି କରିଥିଲେ । ହିଙ୍ଗମା ଗାଁ ର ଉମେଶ ମାଝିଙ୍କ ଗାଡି ଚୋରୀ ଅଭିଯୋଗରେ ବୀରମହ‍ାରାଜପୁର ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏହି ରାକେଟକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ବୌଦ୍ଧ ଜିଲ୍ଲା ର ହୋଇଥିବା ପୁଲିସ ସୂଚନା ଦେଇଛି । ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକ ଦ୍ଵୟଙ୍କୁ ଅଟକ ରଖିଥିବା ଜଣା ପଡିଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା । ଏହି ସାମ୍ବାଦିକ ସାମ୍ବାଦିକ ସମ୍ବିଳନୀରେ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Popular Articles