Friday, March 29, 2024

Top 5 This Week

Related Posts

ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, (୧୦/୦୯) : ବେଲପଡା ବ୍ଲକ ଅନ୍ତର୍ଗତ ଧରମସିଂ ଉଚ୍ଚ ବିଦ୍ୟାଳୟ ସୁଲେକେଲା ଠାରେ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ଆବାହକତ୍ୱରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 10 at 10.23.46 AM 1 ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦ୍ମମୋହ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ କ୍ଲାସ କୋର୍ସରେ ସୀମିତ ନ ରହି ଶିଶୁ ପତ୍ର, ପତ୍ରିକା ପଢ଼ି ବିଶେଷ ଜ୍ଞାନ ଆହରଣ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ର ସରକରୀ ଶିକ୍ଷକ ଜନ୍ଦ୍ରଧ୍ୱଜ ବିଶି, କୈଳାସ ପୁଟେଲ, ଆଲୋକ ମେହେର, ତପନ ନାଗ, ଶ୍ୱେତା ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପୁସ୍ତକ ହିଁ ମଣିଷ ର ପ୍ରମୁଖ ବନ୍ଧୁ ବୋଲି ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ତିନି ଜଣ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Popular Articles