Wednesday, August 12, 2020
Home District News ବୈପାରୀଗୁଡାରେ ଜିଲ୍ଲାପାଳଙ୍କ ଜଣଶୁଣାଣି, ଚାଷୀ ଅସନ୍ତୁଷ୍ଟ ହୋଇ ଜିଲ୍ଲାପାଳଙ୍କୁ ଏକ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ବୈପାରୀଗୁଡାରେ ଜିଲ୍ଲାପାଳଙ୍କ ଜଣଶୁଣାଣି, ଚାଷୀ ଅସନ୍ତୁଷ୍ଟ ହୋଇ ଜିଲ୍ଲାପାଳଙ୍କୁ ଏକ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୬/୦୮): ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ମିଶନ ଶକ୍ତି ସଭାଗୃହ ପରିସରରେ ଜିଲ୍ଲାପାଳଙ୍କ ଜଣଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏଥିରେ କୋରାପୁଟ ଜିଲ୍ଲାପାଳ ମଧୁସୁଦନ ମିଶ୍ର, ଏସପି ମୁକେଶ କୁମାର ଧାମ, ପ୍ରକଳ୍ପ ନିର୍ଦେଷେକ ପ୍ରବୀର କୁମାର ନାୟକ, ଉପ ଜିଲ୍ଲାପାଳ ଲୋକନାଥ ଦଳ ବେହେରl ଯୋଗଦେଇ ବୈପାରୀଗୁଡା ଅଂଚଳର ବିଭିନ୍ନ ପ୍ରକାର ଅଭିଯୋଗକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ କରିଥିଲେ | ସକାଳ ୧୧ଟାରେ ଆରମ୍ବ ହୋଇଥିବା ଜଣ ଶୁଣାଣି ୨.୩୦ ମିନିଟ ପଯ୍ୟନ୍ତ ଚାଲିଥିବା ବେଳେ ମୋଟ ପୁଞ୍ଜିକୃତ ହୋଇଥିବା ୯୮ଟି ଅଭିଯୋଗରୁ ୭୮ଟି ଅଭିଯୋଗ ଶୁଣିଥିଲେ ଜିଲ୍ଲାପାଳ |

ମଧ୍ୟାନ୍ନ ଭୋଜନ ପରେ ବଳକା ଅଭିଯୋଗ ଶୁଣାଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ବହୁ ସମୟ ଅପେକ୍ଷା କରି ବିରକ୍ତ ହୋଇ ଶେଷରେ ଡାକ ବଙ୍ଗଳାକୁ ଯାଇ ଅଭିଯୋଗ ଦେଇଥିଲେ ଲୋକେ | ସେଠାରେ ଜିଲ୍ଲାପାଳଙ୍କୁ ଜୟପୁର ବ୍ଲକର କଙ୍ଗା, ଜାମୁଣ୍ଡା,କୁମୁଲି ଅଂଚଳର ଚାଷୀ ମାନେ ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ଧାନ କିଣିବାକୁ ବିରୋଧ କରି ଦାବି ପତ୍ର ଦେଇଥିଲେ କିନ୍ତୁ ଜିଲ୍ଲାପାଳଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଉକ୍ତ ଚାଷୀ ଡାକ ବଙ୍ଗଳା ସାମ୍ମନାରେ ଏକ ଘଣ୍ଟା କାଳ ଜିଲ୍ଲାପାଳଙ୍କୁ ବିରୋଧ କରିଥିଲେ |

କିଛି ସମୟ ଅପ୍ରିତୀକର ପରିସ୍ଥିତି ହୋଇଥିବା ବେଳେ ବୈପାରୀଗୁଡା ପୋଲିସ ପହଞ୍ଚି ପରିସ୍ଥିତିକୁ ନିଜ ଆୟତ୍ତ କରିବା ପରେ ଜିଲ୍ଲାପାଳ କୋରାପୁଟ ଫେରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: