Friday, March 29, 2024

Top 5 This Week

Related Posts

୧୦ ବର୍ଷ ପରେ ପୁଅକୁ ଫେରି ପାଇଲେ ବାହାର ରାଜ୍ୟରୁ ପରିବାର ଲୋକେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୯/୦୯) : ୧୦ ବର୍ଷ ହେଲା ନିଖୋଜ ରହିଥିବା ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଉଥିବା ବେଳେ ହଠାତ୍ ପୁଅ ଜୀବିତ ରହିଥିବା ନେଇ ଖବର ପାଇଥିଲେ ।WhatsApp Image 2022 09 09 at 7.32.59 PM 1 ୧୦ ବର୍ଷ ପରେ ପୁଅକୁ ଫେରି ପାଇଲେ ବାହାର ରାଜ୍ୟରୁ ପରିବାର ଲୋକେ

ପୁଅ ଜୀବିତ ରହିଥିବା ଖବର ପାଇ ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାରର ଲୋକେ । ବୌଦ୍ଧ ର ଅନ୍ୟତମ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ଏ ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ବିହାରରୁ ୧୦ ବର୍ଷ ତଳେ ସାମାନ୍ୟ ମାନସିକ ବିକୃତି ସାଙ୍ଗକୁ ନିଶା ସେବନ ର କୁଅଭ୍ୟାସ ଫଳରେ ମିଟୁ ପାଣ୍ଡେ ନାମକ ଯୁବକ ଘର ଛାଡି କୁଆଡେ ପଳାଇଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖବର ପାଇପାରିନଥିଲେ ।

ଅନ୍ୟପଟେ ବୌଦ୍ଧରେ ମାନସିକ ବିକୃତି ଥିବା ଜଣେ ଯୁବକ ନିଶା ସେବନ କରି ଦିନ ସାରା ଶାନ୍ତଶିଷ୍ଟ ଭାବରେ ବଜାର ମଧ୍ୟରେ ପରିଭ୍ରମଣ କରୁଥିଲେ । ଏହାକୁ ଠାବ କରିଥିଲେ ଉତ୍ସର୍ଗ ର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା । ବହୁଦିନ ଧରି ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା ଯୁବକ ସହିତ କଥାବାର୍ତ୍ତା ହୋଇ ପରିବାର ସମ୍ପର୍କରେ ସୂଚନା ହାସଲ କରିଥିଲେ । ସ୍ୱଳ୍ପ ସୂଚନାକୁ ଆଧାର କରି ଅନେକ ଖୋଜାଖୋଜି କରିବା ପରେ ମିଟୁର ଘର ବିହାର ର ଲକ୍ଷିସରାୟ ଜିଲ୍ଲା ଅନ୍ତର୍ଗତ ମସହୋରା ଗ୍ରାମ ‘ସମ୍ପର୍କ’ ରେ ବୋଲି ଜଣାପଡିଥିଲା ।

ପରେ ସେଠାକାର ସରପଞ୍ଚଙ୍କ ସହ ଯୋଗାଯୋଗ କରି ମିଟୁର ପରିବାରଙ୍କୁ ମିଟୁ ସମ୍ପର୍କରେ ସୂଚନା ଦିଆଯାଇଥିଲା । ପ୍ରଥମରୁ ଅବିଶ୍ୱାସ କରୁଥିବା ପରିବାର ଲୋକଙ୍କୁ ମିଟୁ ର ଫୋଟୋ ପଠାଇବା ସହିତ ଅନେକ ଆଲୋଚନା କରିବା ପରେ ସେମାନେ ବୁଝିପାରିଥିଲେ । ପରେ ମିଟୁ ର ବାପା ଦିଲିପ କୁମାର ପାଣ୍ଡେ, ଭେଣେଇ ସୁଧାକର ପାଣ୍ଡେ, ଭାଇ ସୋନୁ ପାଣ୍ଡେ ଓ ଗୁଡୁ ପାଣ୍ଡେ ବୌଦ୍ଧ ଆସି ପହଞ୍ଚିଥିଲେ । ମିଟୁ ସହିତ ଭେଟ ହେବା ସହିତ ମିଟୁ ର ଅବସ୍ଥା ଦେଖି ତା’ର ବାପା ର ଆଖିରୁ ମଧ୍ୟ ଲୁହ ଝରିପଡିଥିଲା ।WhatsApp Image 2022 09 09 at 7.33.00 PM ୧୦ ବର୍ଷ ପରେ ପୁଅକୁ ଫେରି ପାଇଲେ ବାହାର ରାଜ୍ୟରୁ ପରିବାର ଲୋକେ

ଉତ୍ସର୍ଗ ର ସଦସ୍ୟମାନଙ୍କ ସହାୟତାରେ ମିଟୁକୁ ବାଳଦାଢ଼ୀ କଟାଯିବା ସହ ଗାଧୋଇ ନୂଆ ଡ୍ରେସ ପିନ୍ଧାଯାଇଥିଲା । ଏସବୁ ହେବାପରେ ତାକୁ ଘରକୁ କିପରି ସୁରକ୍ଷିତ ଭାବେ ଫେରାଇ ନିଆଯିବ ସେନେଇ ସମସ୍ୟା ଦେଖାଦେଇଥିଲା । ମିଟୁ ର ବାପାଙ୍କ ଆର୍ଥିକ ସ୍ୱଚ୍ଛଳ ଭଲ ନଥିବାରୁ ଗାଡି କରି ବିହାରକୁ ନେବା ସମ୍ଭବ ହୋଇପାରୁନଥିଲା । ଏହି ସମୟରେ ଜିଲ୍ଲା ପ୍ରଶାସନ ସହଯୋଗ ର ହାତ ବଢ଼ାଇଥିଲା । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସମସ୍ତ ବିଷୟରେ ଅବଗତ ହେବାପରେ ପ୍ରଶାସନ ପକ୍ଷରୁ ରେଡକ୍ରସ ମାଧ୍ୟମରେ ଏକ ଗାଡି ଯୋଗାଇ ଦେଇଥିଲେ । ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମିଟୁ ଓ ତା’ର ପରିବାର ସଦସ୍ୟମାନଙ୍କ ସହିତ ଆଲୋଚନା କରିବା ସହିତ ୧୦ ବର୍ଷ ପରେ ହେଲେବି ପରିବାର ଲୋକେ ହଜିଯାଇଥିବା ପୁଅକୁ ଫେରିପାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଉତ୍ସର୍ଗ ର ସଦସ୍ୟ ଦିପକ ଅଦର, ମିଥୁନ ସାହୁ, ବିନୋଦ ଗୁପ୍ତା, ଦେବାଶିଷ ପୁରୋହିତ, ସାମ୍ବାଦିକ ସତ୍ୟନାରାୟଣ ପାଣି ପ୍ରମୁଖ ସହଯୋଗ କରିଥିଲେ । ମିଟୁ ଓ ତା’ର ପରିବାର ଲୋକେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସମୟରେ ଏନ୍‌ଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଡିଆଇପିଆରଓ ରିତାକାନ୍ତି ବଳିୟାର ସିଂ ଙ୍କ ସମତେ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Popular Articles