Related Contents

ନୋଇଡାଠାରେ ଥିବା ‘ସ୍ପାଇସ୍ ମଲ୍’ରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ(୨୬/୦୮): ଆଜି ଉତ୍ତରପ୍ରଦେଶର ନୋଇଡାଠାରେ ଥିବା ‘ସ୍ପାଇସ୍ ମଲ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି ।

ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ମଲର ଦ୍ୱିତୀୟ ମହଲାରେ ଥିବା ରେଷ୍ଟୁରାଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଆଜି ଅପରାହ୍ନ ୨ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ, ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜାଣିବାକୁ ମିଳିଛି । ଅଗ୍ନିଶମ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Comments are closed.