Advertisements
Saturday, July 4, 2020
Home Children Issue ସଞ୍ଜୟଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ସଞ୍ଜୟଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ (୨୫/୦୮/୧୯): ସଞ୍ଜୟଙ୍କ ଚିକିତ୍ସାରେ ବାଧକ ସାଜି ବସିଛି ଅର୍ଥ । ଏହି ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ତୁସୁବା ପଞ୍ଚାୟତ ଗୋପାଳପୁଟ ଗ୍ରାମରେ । ପ୍ରାୟ ତିନି ବର୍ଷ ତଳେ ସଂଜୟ ଜନ୍ମ ହୋଇଥିଲେ । ଖୁସିର ଲହରୀ ଖେଳିଗଲା ଘରେ । ପୁଅଟିଏ ଜନ୍ମ ହେଲା ବୋଲି ଖୁସିରେ ସାଇ ପଡିସାଙ୍କୁ ଡାକି ଭୋଜି ଭାତ କଲେ । ଏଥି ମଧ୍ୟରେ ସଞ୍ଜୟଙ୍କ ବୟସ ବଢି ଚାଲିଥାଏ ।

ସାଧାରଣତଃ ପିଲା ମାନେ ଏକ ବର୍ଷ ମଧ୍ୟରେ ଠିଆ ହୁଅନ୍ତି ଓ କିଛି କିଛି କଥା ବି କୁହନ୍ତି କିନ୍ତୁ ସଞ୍ଜୟଙ୍କ କ୍ଷେତ୍ରରେ କୌଣସି ଉନ୍ନତି ଦେଖା ଗଲାନାହି | ତେଣୁ ବାପା କିଶୋର ଖେମୁଣ୍ଡୁ ବାଧ୍ୟ ହୋଇ ଲମତପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପୁଅ ସଞ୍ଜୟଙ୍କୁ ଆଣି ଡାକ୍ତରଙ୍କ ସହ ପରାମର୍ଷ କରି ଚିକିତ୍ସା କରାଇ ଥିଲେ ଓ ଡାକ୍ତର ମଧ୍ୟ କହିଥିଲ ଏକ ବର୍ଷ ମଧ୍ୟରେ ଭଲ ହୋଇଯିବ | ଏ ଭିତରେ ତିନି ବର୍ଷ ବିତିାଇଥିଲେ ବି ସଞ୍ଜୟ ନା କଥା କହି ପାରୁଛନ୍ତି ନା ଚାଲି ପାରୁଛନ୍ତି। ଆମେ ପଚାରି ଥିଲୁ କି ପୁଅକୁ ବଡ଼ ହସ୍ପିଟାଲ୍ ଚିକିତ୍ସା କାହିଁକି କରାଉନ ତ ସେ କହିଲେ କି ଘରର ଆର୍ଥିକ ସ୍ଥିତି ଠିକ୍ ନାହିଁ କୁଲି ମଜୁରୀ କଲେ ଘର ଚାଲେ । ତେଣୁ କୌଣସି ବଡ଼ ହସ୍ପିଟାଲ୍ ରେ ଚିକିତ୍ସା କରାଇ ନାହିଁ ବୋଲି ଦୁଃଖର ସହ ଆମକୁ କହିଥିଲେ। ଏଠାରେ କହିବାର କଥା ହେଲା ସଞ୍ଜୟଙ୍କୁ ସରକାରୀ ଚିକିତ୍ସା ତ ଦୂରର କଥା ସରକାରଙ୍କ ଦ୍ଵାରା ଭିନ୍ନକ୍ଷମ ଭତ୍ତା ଯୋଜନାରେ ସାମିଲ୍ ବି କରାଯାଇ ନାହି । ମାସରେ ଦୁଇ ଥର ଅଙ୍ଗନ ୱାଡ଼ି କର୍ମୀ ଦୁଇ ଥର ଗ୍ରାମର ସମସ୍ତ ରିପୋର୍ଟ ଦେଇଥାଆନ୍ତି ପିଇଓ ସରପଞଚଙ୍କ ଉପସ୍ଥିତିରେ । କିନ୍ତୁ ଏ ପର୍ଯ୍ୟନ୍ତ କାହିଁକି ସରକାରୀ ସୁବିଧାରୁ ବଞ୍ଚିତ ସଞ୍ଜୟ । ଖାଲି କାଗଜ ପତ୍ରରେ ରହିଯାଇ ନାହିଁ ତ ସଞ୍ଜୟର ତଥ୍ୟ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: