ଦାଦା ବିଧାୟକ ଓ ପୁତୁରା ଭେଷଜ ବିଶେଷଜ୍ଞ ଡାକ୍ତର ଭାବେ ଜନସାଧାରଣଙ୍କ ସେବାରେ ନିୟୋଜିତ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୬/୦୮/୨୦୧୯): ମାନବ ସେବା ହିଁ ନାରାୟଣ ସେବା ଏହାକୁ ଆପଣେଇ ଛନ୍ତି ଦାଦା ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଓ ପୁତୁରା ଡାକ୍ତର ବୁଦ୍ଧଦେବ ଗମାଙ୍ଗ ଭେଷଜ ବିଶେଷଜ୍ଞ | ଉଭୟ ଦାଦା ଓ ପୁତୁରା ନିଜକୁ ଜନସାଧାରଣଙ୍କ ସେବାରେ ନିୟୋଜିତ କରି ଚାଲିଛନ୍ତି | ରାୟଗଡା ଜ଼ିଲ୍ଲାରେ ଗୁଡାରି ବ୍ଲକର ମେଟୁଖିଲିଙ୍ଗିରାଇ ଗ୍ରାମରେ ଜନ୍ମିତ ଉଭୟେ ନିଜ ଗ୍ରାମରେ ପାଠ ପଢିବା ସହିତ ଉଚ୍ଚ ଶିକ୍ଷିତ ହୋଇ ପାରିଛନ୍ତି |

ଶ୍ରୀ ରଘୁନାଥ ଗମାଙ୍ଗ ନିଜର ପାଠ ପଢ଼ା ସାରି ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗରେ ନିଜର କର୍ମ ମୟ ଜୀବନ ଆରମ୍ଭ କରିଥିଲେ | ପ୍ରଥମେ ବ୍ଲକର ଯୋଗାଣ ଅଧିକାରୀ ଓ ପରେ ପରେ ପଦ ଉନ୍ନତି ହୋଇ ଜ଼ିଲ୍ଲା ଯୋଗାଣ ଅଧିକାରୀ କାର୍ଯ୍ୟ କରି ଶେଷ ମୁହୂର୍ତ୍ତରେ ଚାକିରୀ ଜୀବନରୁ ସ୍ଵେଛା କୃତ ଭାବେ ଅବସର ନେଇ ରାଜନୀତି ଜୀବନ ଆରମ୍ଭ କରି ବିଜୁ ଜନତା ଦଳରେ ବିଧାୟକ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦୀ କରି ବିଜୟ ହାସଲ କରି ନିଜକୁ ଜନସାଧାରଣଙ୍କ ସେବାରେ ନିୟୋଜିତ କରିଚାଲିଛନ୍ତି | ନିର୍ବାଚିତ ହେବା ଦିନରୁ ପ୍ରତ୍ୟକ ଦିନ ଗୁଣୁପୁର ଅଂଚଳରେ ଅପହଞ୍ଚ ଅଂଚଳକୁ ଗସ୍ତ କରି ଲୋକଙ୍କ ସେବାରେ ଲାଗି ପଡିଛନ୍ତି |

ଠିକ ସେହିପରି ପୁତୁରା ବୁଦ୍ଧଦେବ ଗମାଙ୍ଗ ନିଜର ପାଠ ପଢ଼ା ଶେଷ କରି ନିଜକୁ ଏକ ଡାକ୍ତର ରୂପେ ପରିଚୟ ଦେଇ ସମାଜର ସେବା କରି ଚାଲିଛନ୍ତି | ଡାକ୍ତର ବୁଦ୍ଧଦେବ ମାଓ ଉପଦ୍ରୁତ ବେଦାନ୍ତ ଆଲୁମିନିୟମ ହସ୍ପିଟାଲରେ ଭେଷଜ ବିଶେଷଜ୍ଞ ରୂପେ କାମ କରୁଛନ୍ତି | ଏହା ସହିତ ନିୟମ ଗିରି ପାହାଡ଼ରେ ଆଦିମ କାଳରୁ ରହି ଆସୁଥିବା ଆଦିମ ଆଦିବାସୀ ଡଙ୍ଗରିଆ କନ୍ଧଙ୍କ ସେବାରେ ନିଜକୁ ନିୟୋଜିତ କରିଚାଲିଛନ୍ତି | ଡାକ୍ତର ଗମାଙ୍ଗଙ୍କ ଠାରୁ ଚିକିତ୍ସା ପାଇବା ନିମନ୍ତେ ବହୁଦୂରରୁ ରୋଗୀ ମାନେ ଲାଞ୍ଜିଗଡ ଅଂଚଳକୁ ଆସନ୍ତି | ଜନସାଧାରଣଙ୍କ ସେବାରେ ଆମେ ବହୁତ ଆନନ୍ଦିତ ଅସହାୟଙ୍କୁ ସାହାଯ୍ୟ କଲେ ଭଗବାନ ଆମକୁ ନିଶ୍ଚିତ ସାହାଯ୍ୟ କରିବେ ବୋଲି ଉଭୟେ ଦାଦା ଓ ପୁତୁରା ମତ ବ୍ୟକ୍ତ କରିଛନ୍ତି |

Comments are closed.