Friday, March 29, 2024

Top 5 This Week

Related Posts

କଳାହାଣ୍ଡି ବିକାଶ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୦୮/୦୯) : ପ୍ରକୃତି କଳାହାଣ୍ଡି କୁ ଅମାପ ସମ୍ପଦ ଅଜାଡି ଦେଇଛି, କଳାହାଣ୍ଡି ଜିଲ୍ଲା ରତ୍ନଗର୍ଭା । କଳାହାଣ୍ଡି ର ଚାଷୀ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ପାରିଛି ବୋଲି କଳାହାଣ୍ଡି ବିକାଶ ପରିଷଦ ଆଲୋଚନା ଚକ୍ରରେ “କଳାହାଣ୍ଡି କୃଷି ର ବିକାଶରେ କୃଷକ ର ଭୂମିକା” ଆଲୋଚନାରେ ଭାଗନେଇ ବିଶିଷ୍ଟ ଅତିଥି ମାନେ ମତ ପ୍ରକାଶ କରିଛନ୍ତି ।WhatsApp Image 2022 09 09 at 11.35.58 AM କଳାହାଣ୍ଡି ବିକାଶ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

କଳାହାଣ୍ଡି ମାଟି ର ସୁଯୋଗ୍ୟ ସନ୍ତାନ ସ୍ଵନାମଧନ୍ୟ ଲେଖିକା, ସମ୍ପାଦିକା, ସଙ୍ଗଠିକା ତଥା ସମାଜସେବୀ ସୁନିତି ମୁଣ୍ଡଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ବିକାଶ ପରିଷଦ ଆନୁକୂଲ୍ୟରେ ଜୁନାଗଡ ସ୍ଥିତ ଟାଉନହଳ ଠାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଭାଗନେଇ ବିଶିଷ୍ଟ ସ୍ତମ୍ଭକାର ତଥା କୃଷି ବିଶେଷଜ୍ଞ ନଟବର ଖୁଣ୍ଟିଆ କଳାହାଣ୍ଡି ବାସ୍ତବରେ ରତ୍ନଗର୍ଭା ଓ ଏହାର ମୃତ୍ତିକାରେ ଧାନ ଚାଷ ଯେପରି ସଫଳ ହୋଇପାରିଛି ସେହିପରି ଚିନାବାଦାମ, କପା, ଆଖୁ, ମକା, ମାଣ୍ଡିଆ ଭଳି ଅର୍ଥକାରୀ ଫସଲ ଉତ୍ପାଦିତ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । କଳାହାଣ୍ଡି ର ବାସନା ଚାଉଳ ର ଚାହିଦା ଓଡ଼ିଶା ତଥା ଦେଶ ବିଦେଶରେ ମଧ୍ୟ ରହିଛି ।

ଚାଷୀ ତା’ର ଉତ୍ପାଦିତ ସାମଗ୍ରୀ ର ପ୍ରକ୍ରିୟା କରିପାରିଲେ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ପାଇପାରିବ । ସେହିପରି କପାକୁ ନେଇ ଜିନିଙ୍ଗ ମିଲ ଆଦି ସ୍ଥାପନ କରାଗଲେ ଚାଷୀ ଉଚିତ ମୂଲ୍ୟ ପାଇ ପାରିବା ସହିତ ବେକାରୀ ସମସ୍ୟା ର ସମାଧାନ ମଧ୍ୟ ହୋଇ ପାରିବ । ସ୍ଵତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନ କରାଗଲେ ସ୍ଥାନୀୟ ଚାଷୀ ଅଧିକ ଉପକୃତ ହୋଇପାରିବେ ବୋଲି ଶ୍ରୀ ଖୁଣ୍ଟିଆ ମତବ୍ୟକ୍ତ କରିଥିଲେ ।

ଏହି ଆଲୋଚନାରେ ଭାଗନେଇ କଳାହାଣ୍ଡି ର ଅନ୍ୟତମ ସୁଯୋଗ୍ୟ ସନ୍ତାନ ସମାଜସେବୀ ତଥା ଗବେଷକ ଜଗଦୀଶ ପ୍ରଧାନ ନିଜ ବକ୍ତବ୍ୟରେ କଳାହାଣ୍ଡି ର ସଭ୍ୟତା ଓ କୃଷି ପରମ୍ପରା ଅତି ପ୍ରାଚୀନ ଏବଂ ଚତୁର୍ଥ –ପଞ୍ଚମ ଶତାବ୍ଦୀରେ ନିର୍ମିତ ବିଭିନ୍ନ ଜଳ ଭଣ୍ଡାର ତଥା ସାଗର ଏବଂ ପରବର୍ତ୍ତୀ ସମୟରେ ନିର୍ମିତ ଶିବ ମନ୍ଦିର ଓ ସେସବୁର ଚାରିପଟେ ବିକଶିତ କୃଷି ବ୍ୟବସ୍ଥା କଳାହାଣ୍ଡି ର କୃଷି ଐତିହ୍ୟ ର ପ୍ରମାଣ ଦେଉଛି ବୋଲି ପ୍ରକାଶ କରିଥିଲେ । କଳାହାଣ୍ଡି ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅବିଭକ୍ତ କୋରାପୁଟ ଜିଲ୍ଲା ହିଁ ଧାନ ର ଉତ୍ପତି ସ୍ଥଳ ବୋଲି ବୈଜ୍ଞାନିକ ମାନେ ପ୍ରମାଣିତ କରିସାରିଥିବା ବେଳେ କଳାହାଣ୍ଡି ର ଚାଷୀ ଜୈବ ବିବିଧତା ଏବଂ ପରିବେଶ ଅନୁକୂଳ ଚାଷ ବଞ୍ଚାଇ ରଖି ଆସିଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

କଳାହାଣ୍ଡି ର ଚାଷୀ ଙ୍କ ପାରମ୍ପରିକ ତଥା ଉନ୍ନତମାନର ଚାଷ କୌଶଳ ଯୋଗୁଁ ବିଭିନ୍ନ କିସମ ର ବାସନା ଧାନ ଏବଂ ବିଭିନ୍ନ ଗୁଣ ମାନର ଧାନ, ଡାଲି ଜାତୀୟ ଓ ତୈଳବୀଜ ଫସଲ ଆଦି ବିକଶିତ ହୋଇ ପାରିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ସରକାରୀ ତଥ୍ୟ ଅନୁସାରେ ୧୯୩୮ ରୁ ୧୯୪୮ ମଧ୍ୟରେ ଚାରି ଥର ଅନାବୃଷ୍ଟି ଜନିତ ମରୁଡି ହୋଇଥିଲେ ହେଁ ବର୍ଷକର ଖାଦ୍ୟ ଶସ୍ୟ ସାଇତି ରଖିବା ପରମ୍ପରା ଯୋଗୁଁ ମରୁଡି ସମୟରେ ମଧ୍ୟ ଖାଦ୍ୟଭାବ ଦେଖା ଦେଇନଥିଲା ।WhatsApp Image 2022 09 09 at 11.36.21 AM କଳାହାଣ୍ଡି ବିକାଶ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

ବର୍ତ୍ତମାନ ଇନ୍ଦ୍ରାବତୀ ଓ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ହେବାପରେ ଅତୀତରେ ଉଦ୍ଦେଶ୍ୟ ପ୍ରଣୋଦିତ କିମ୍ବା ଅଜ୍ଞତାରେ ପ୍ରଚାରିତ ହୋଇଥିବା ଭୋକ ର ଭୂଗୋଳ ବୋଲି କଳାହାଣ୍ଡିକୁ ଚିତ୍ରଣ କରାଯାଉଥିବା ବିଷୟକୁ ଭୁଲ ପ୍ରମାଣିତ କରିଥିବା ସ୍ପଷ୍ଟ ଜଣାପଡ଼ିଛି । ଅଶି ଦଶକରେ ଦୁର୍ଭିକ୍ଷ ସମୟରେ ଏସିଆରେ ସଂଗୃହୀତ ଧାନ ମଧ୍ୟରୁ ଏକ ତୃତୀୟାଂଶ ଧାନ କଳାହାଣ୍ଡିରୁ ସଂଗୃହୀତ ହୋଇଥିବା ପ୍ରକାଶ ।

ସ୍ଥାନୀୟ ଉଦ୍ୟୋଗପତି ତଥା ଚାଷୀ ଜନାର୍ଦ୍ଦନ ପଣ୍ଡା ଚାଷ ଉପରେ ଅନେକ ଉପାଦେୟ ଏବଂ ଅନୁଭୂତି ତଥ୍ୟ ଉପସ୍ଥାପନା କରିଥିଲେ । ବର୍ତ୍ତମାନ ର ବ୍ୟବସ୍ଥା ଯୋଗୁଁ ହିଁ ଚାଷୀ ଅନେକ ହଇରାଣ ହରକତ ହେଉଥିବା ପ୍ରକାଶ କରିଥିଲେ । ଆଲୋଚନାରେ ସ୍ଥାନୀୟ ଚାଷୀ ତଥା ସଂଗଠକ ବିରଞ୍ଚି ପଣ୍ଡା ବର୍ତମାନ ର ବ୍ୟବସ୍ଥା ଯୋଗୁଁ ଚାଷୀ ର ଉନ୍ନତି ହୋଇପାରୁନ ଥିବା ଏବଂ ପ୍ରତିନିଧି ମାନେ ଅଣଦେଖା କରୁଥିବା ବିଷୟ ପ୍ରକାଶ କରିଥିଲେ । ବରିଷ୍ଠ ଚାଷୀ ଗଙ୍ଗାଧର ବେଶରା ଓ ରଞ୍ଜିତ ପଣ୍ଡା ଗୋପାଳନ ମାଧ୍ୟମରେ କୃଷକ ମାନଙ୍କ ଦ୍ୱାରା ଜୈବ ବିବିଧତା ପାଳନ ହେବ ଉପରେ ଆଲୋଚନା କରିଥିଲେ । ବର୍ତ୍ତମାନ କୃଷକ ମାନଙ୍କ ବିକାଶ ପାଇଁ କୌଣସି ବ୍ୟବସ୍ଥା ନଥିବା ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।

ସ୍ଥାନୀୟ ଚାଷୀ ରଶ୍ମୀ ରଞ୍ଜନ ନାୟକ, ଅଖିଳ ମେହେର ଆଲୋଚନାରେ ଅଂଶ ଗ୍ରହଣ କରି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଚାଷୀ ଶସ୍ୟ ଉତ୍ପାଦନ ପାଇଁ ପରିଶ୍ରମ କରିଥାଏ ସେତିକି ଲାଭ ପାଇ ପାରୁ ନ ଥିବା ଚାଷୀ ର ଉତ୍ପାଦିତ ସାମଗ୍ରୀ ର ମୂଲ୍ୟ ସରକାର ନିର୍ଦ୍ଧାରଣ କରୁଥିବା ହେତୁ ଚାଷୀ ସର୍ବଦା କ୍ଷତି ଶୁଥିବା ବିଷୟ ସ୍ଥାନୀୟ ଚାଷୀ ତଥା ସଂଗଠକ ଦୁଷ୍ମନ୍ତ କୁମାର ପଣ୍ଡା ପ୍ରକାଶ କରିଥିଲେ ।

ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀ ପଣ୍ଡା ଚାଷୀ ମାନ ଙ୍କ ପ୍ରମୁଖ୍ୟ ସମସ୍ୟା ସବୁର ଉପସ୍ଥାପନ କରିଥିବା ବେଳେ ଚାଷୀ ସଂଗଠିତ ହୋଇପାରୁ ନ ଥିବା ହେତୁ ସେଭଳି ଅସୁବିଧା ଓ ସରକାରୀ ଅନଦେଖା ର ଶିକାର ହେଉଥିବା ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଚାଷୀ ର ଆୟ କମୁଥିବା ବେଳେ ସ୍ୱାଭିମାନୀ ଚାଷୀ ସମ୍ମାନ ର ସହ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡିଥାଏ ଏବଂ କୃଷିକୁ ଆଗାମୀ ଦିନରେ କୃଷି ଉଦ୍ୟୋଗରେ ପରିଣତ କଲେ ଯାଇ ଚାଷୀ ର ଆୟ ବୃଦ୍ଧି ହୋଇପାରିବ ଏବଂ ଚାଷୀ ହୀନ ମାନ୍ୟତା ରୁ ରକ୍ଷା ପାଇ ପାରିବ ବୋଲି ଶ୍ରୀ ପଣ୍ଡା ମତ ବ୍ୟକ୍ତ କରିଥିଲେ ।

ଅନ୍ୟ ପକ୍ଷରେ ଅଙ୍ଗୁର ପେନ୍ଥାରେ ଥିବା ଅଙ୍ଗୁର ହୀନ ମୁଲ୍ୟବାନ ହୋଇଥିବା ବେଳେ ଝଡ଼ିଥିବା ଅଙ୍ଗୁର ର ମୂଲ୍ୟହୀନ ହୋଇଯାଉଥିବା ବିଷୟ ପ୍ରକାଶ କରି ଚାଷୀ ନିଜ ସମସ୍ୟା ର ସମାଧାନ ପାଇ ଏବଂ ଉପଯୁକ୍ତ ବ୍ୟବସ୍ଥା ପାଇଁ ମତାମତ ଦେବାର ଯୋଜନା କରିବା ପାଇଁ ଏକଜୁଟ ହେବାକୁ ଶ୍ରୀ ପଣ୍ଡା ଆହ୍ୱାନ ଜଣାଇଥିଲେ ।

ପ୍ରାରମ୍ଭରେ ଆଲୋଚନା ଚକ୍ର ର ସୂଚନା ପ୍ରଦାନ କରି କଳାହାଣ୍ଡି ର ସର୍ବାଙ୍ଗୀନ ଉନ୍ନତି କରିବାର ସଂକଳ୍ପ ନେଇ କଳାହାଣ୍ଡି ବିକାଶ ପରିଷଦ ଗଠିତ ହୋଇଥିବା ବିଷୟ ଅଧ୍ୟକ୍ଷା ଡଃ ସୁନିତି ମୁଣ୍ଡ ପ୍ରକାଶ କରିଥିଲେ । କଳାହାଣ୍ଡି ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏବଂ ଏଠାକାର ଅଧିବାସୀ କୃଷି ଉପରେ ଅଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହାର ଶୁଷ୍କ ବତାବରଣରେ ଚାଷୀ କିପରି ଅଧିକ ଉତ୍ପାଦନ କରିପାରିବେ ଏବଂ ନିଜ ଜୀବନ୍ଧରର ମନକୁ ସମୃଦ୍ଧ କରିପାରିବେ ସେ ନେଇ କଳାହାଣ୍ଡି ବିକାଶ ପରିଷଦ ଏଭଳି ଏକ ଆଲୋଚନା ର ଆୟୋଜନ କରିଛି ବୋଲି ଡଃ ମୁଣ୍ଡ ପ୍ରକାଶ କରିଥିଲେ । ସ୍ଥାନୀୟ ବରିଷ୍ଠ ଚାଷୀ ତଥା ସମାଜସେବୀ ଦେବଦତ୍ତ ପଣ୍ଡା ଏବଂ ଶିବରାମ ରାଉତ ସହଯୋଗ କରିଥିବା ବେଳେ ଶତାଧିକ ଚାଷୀ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ ।

Popular Articles