ଅସୁରକ୍ଷିତ ମହିଳା ଆଦିବାସୀ ଶିକ୍ଷୟତ୍ରୀ, ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଶିକ୍ଷକଙ୍କ ନିର୍ଯ୍ଯାତନା, ଥାନାରେ ଏତଲା

ରିପୋର୍ଟ: ବିଭୁତି ଲହରିଆ
ବାଲିଗୁଡା(୨୬/୦୮): କନ୍ଧମାଳ ଜିଲ୍ଲାରେ ଅସୁରକ୍ଷିତ ମହିଳା କର୍ମଜୀବି । କନ୍ଧମାଳରେ ବିଭିନ୍ନ ସମୟରେ ବିଦ୍ୟାଳୟର ଅନ୍ତେବାସୀ ନିର୍ଯ୍ଯାତନାର ଶିକାର ହେଉଛନ୍ତି କେତେବେଳେ ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ଅନ୍ତସ୍ବତ୍ତା ହେଉଛନ୍ତି ତ ଆଉକେତେବେଳେ ହଷ୍ଟେଲ ଛାଡି ପିଲା ଯାଉଛନ୍ତି |

ଏଥର ଏକ ଭିନ୍ନ ପ୍ରକାର ଅଭିଯୋଗ ଆସିଛି କ ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ଜୈନିକ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କ ସମେତ ସହକାରୀ ଶିକ୍ଷକ ସଦାଶିବ ବେହେରା ଓ ପିଇଟି ଶିକ୍ଷକ ସୁଶାନ୍ତ ବଳିଆରସିଂ ଅସଭ୍ୟ ଆଚରଣ ସହ ଠେଲାପେଲା କରିଛନ୍ତି | ଏକଥା ସ୍ବାମୀ ଆଗରେ କିମ୍ବା କାହା ଆଗରେ ପ୍ରଘଟ କଲେ ରାୟଗଡା ଟିକିରି ଇତିଶ୍ରୀ ଘଟଣାର ପୁନରାବୃତ୍ତି ତଥା ହତ୍ୟା କରାଯିବ ବୋଲି ଧମକ ଦେବା ନେଇ କ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣା ଅନୁସାରେ ପୂର୍ବରୁ ସେହି ସ୍କୁଲର ଜଣେ ଜୈନିକ ଶିକ୍ଷୟତ୍ରୀଙ୍କୁ ଏହି ତିନି ଶିକ୍ଷକ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ | ଏକଥା ପ୍ରଘଟ ଭୟରେ ଶିକ୍ଷୟତ୍ରୀ ମାନଙ୍କୁ ପରସ୍ପର ମଧ୍ୟରେ ମିଳାମିଶା କରିବା ପାଇଁ ତାଗିତ କରୁଥିଲେ | ଏକ ଶିକ୍ଷୟତ୍ରୀ ମାନଙ୍କୁ ଅଫିସ ରୁମକୁ ଡାକି ଅନେକ ସମୟରେ ଅସଭ୍ୟ ଆଚରଣ ଓ ଶାରିରୀକ ଏବଂ ମାନସିକ ନିର୍ଯ୍ଯାତନା ମଧ୍ୟ ଦେଉଥିବା କହିଛନ୍ତି । ତାଛଡା କମ୍ପରମାଇଜ କରିବା ପାଇଁ ବାଧ୍ୟ କରୁଥିଲେ ଏବଂ କ୍ଲାସରେ ମିଥ୍ୟା ଆଟେନାନ୍ସ ପକାଇବା ପାଇଁ ବାଧ୍ୟକରୁଥିବା କହିଛନ୍ତି ସଂପୃକ୍ତ ଶିକ୍ଷୟତ୍ରୀ । ଏକ ପ୍ରକାର ରେଗିଂ ଚାଲିଛି ସ୍କୁଲରେ ଦୀର୍ଘ ଏକ ମାସଧରି ଏହି ଆଦିବାସୀ ଶିକ୍ଷୟତ୍ରୀଙ୍କୁ ଜାତିଆଣ ଆକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ।

ଏନେଇ ଜୈନିକ ଶିକ୍ଷୟତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୂନ ହେବାପରେ ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଜୈନିକ ଶିକ୍ଷୟତ୍ରୀ ଶାରିରୀକ ଏବଂ ମାନସିକ ନିର୍ଯ୍ଯାତନା ପରେ ଭୟରେ ଅଛନ୍ତି । ରବିବାର ଦିନ ଶିକ୍ଷୟତ୍ରୀଙ୍କ ଘରକୁ ଯାଇ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ କନ୍ଧମାଳର କୁଇ ସମନ୍ବୟ ସମିତର ସମ୍ପାଦକ ଲମ୍ବୋଦର କହଁର ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୂଷ୍ଠାନ ଦାବୀ କରିଛନ୍ତି ନଚେତ୍ ଆଦିବାସୀ ସଂଘ ରାଜ ରାସ୍ତାକୁ ଓହ୍ଲେଇବାକୁ କଡା ଚେତାବନୀ ଦେଇଛନ୍ତି।

Comments are closed.