ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମାତ୍ରାଧିକ ଅବ୍ୟବସ୍ଥା : କାର୍ଯ୍ୟାନୁଷ୍ଠାନ ଦାବି

0
379
ଟିଟିଲାଗଡ଼ ଉପଖଣ୍ଡ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା (୦୯/୦୯) : ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମାତ୍ରାଧିକ ଅବ୍ୟବସ୍ଥା ଯୋଗୁଁ ସରକାରଙ୍କ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଏକ ପ୍ରକାର ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଆସୁଛି ।WhatsApp Image 2022 09 09 at 8.35.53 AM ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମାତ୍ରାଧିକ ଅବ୍ୟବସ୍ଥା : କାର୍ଯ୍ୟାନୁଷ୍ଠାନ ଦାବି

ପ୍ରକାଶ ଯେ, ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ ର ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ କର୍ମଚାରୀ ଓ ଗୁରୁତ୍ଵପୂର୍ଣ୍ଣ ଡାକ୍ତର ପଦବୀ ଖାଲିପଡ଼ିଥିବା ବେଳେ ଦୀର୍ଘ ବର୍ଷ ଧରି ଭାଗ୍ୟ କୁ ଆଦରି ଅନେକ ଗୁରୁତର ରୋଗୀ ଅକାଳ ମୃତ୍ୟୁ ବରଣ କରିବା ସାର ହେଉଛି । ପ୍ରତିଦିନ ବିଭିନ୍ନ ପ୍ରକାର ରୋଗରେ ବିଶେଷ କରି ଝାଡା, ବାନ୍ତି, ମ୍ୟାଲେରିଆ ଆଦିରେ ଆକ୍ରାନ୍ତ ରୋଗୀ ଗୁରୁତର ଅବସ୍ଥାରେ ଆସି ଚିକିତ୍ସା ଅଭାବରୁ ଧାର, କରଜ କରି ଘରୋଇ ଡାକ୍ତଖାନାଗୁଡ଼ିକରେ ଭର୍ତ୍ତି ହେବା ଓ ଚିକିତ୍ସା ଅଭାବରୁ ଅକାଳ ମୃତ୍ୟୁ ବରଣ କରିବା ଅଭିଯୋଗ ହୋଇ ଆସୁଛି ।

ସେହିପରି ଡାକ୍ତରଖାନା ପରିସରରେ ଅନେକ ସଂଖ୍ୟକ ବେଡ ବା ଶଯ୍ୟା ଥାଇ ସୁଦ୍ଧା ପରିତ୍ୟକ୍ତ ଅବସ୍ଥାରେ ତାଲା ବନ୍ଦ କରି ଛାଡି ଦିଆ ଯାଇଛି, ଫଳରେ ବାଧ୍ୟ ହୋଇ ରୋଗୀ ଗୁରୁତର ଅବସ୍ଥାରେ ତଳେ ଗଡି ରହି ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଛନ୍ତି । ଏ ସମସ୍ୟା ନେଇ ଇତି ମଧ୍ୟରେ ଡାକ୍ତଖାନା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ଜନ ଜାଗରଣ ସଂଘ ପକ୍ଷରୁ ସମାଧାନ ପାଇଁ ନିବେଦନ କରିଥିଲେ ।

ଉକ୍ତ ବନ୍ଦ କୋଠରୀ ଗୁଡିକ ତୁରନ୍ତ ଖୋଲିବାକୁ ଜଣେ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କାର୍ଯ୍ୟରତ ନର୍ସ ସିଡି ଚଢି ଉପରକୁ ବାରମ୍ବାର ଯାଇ ପାରିବେନି ବୋଲି ରୋକ୍ ଠୋକ ମନା କରିଦେଇଥିଲେ । ଯଦ୍ୱାରା ଦୂର, ଦୁରାନ୍ତ ରୁ ଆସିଥିବା ଗୁରୁତର ଅବସ୍ଥାରେ ଥିବା ରୋଗୀ ବାଧ୍ୟ ହୋଇ ଅନ୍ୟତ୍ର ଯିବା ଓ ସଠିକ୍ ସମୟରେ ଉପଯୁକ୍ତ ସମୟରେ ଚିକିତ୍ସା ଅଭାବରୁ ଶୋଚନୀୟ ମୃତ୍ୟୁ ର ଶିକାର ହେବା ସାର ହେଉଛି । ଡାକ୍ତରଖାନା ପରିସରରେ ଥିବା ସରକାରୀ ବାସ ଭବନରେ ରୋଗୀ ଙ୍କୁ ଦେୟ ବା ଫିସ ଟଙ୍କା ନେଇ ଦେଖିବା ବେଆଇନ ହୋଇଥିବା ସତ୍ତ୍ଵେ, ଏହି ଡାକ୍ତଖାନା ମୁଖ୍ୟ ଚିକିତ୍ସାଧିକାରୀ ନିଜେ ପ୍ରଥମ ଥର ଦେଢ଼ ସହ ଟଙ୍କା ଓ ବିଭିନ୍ନ ପରୀକ୍ଷା ସବୁ କରେଇ ଆଣିବା ପରେ ପୁନଃ ଦୁଇ ଶହ ଟଙ୍କା ଆଦାୟ କରିବା ଅଭିଯୋଗ ହୋଇଆସୁଛି ।

ଯଦି ଅନ୍ୟ ରୋଗୀ ବାହ୍ୟ ବିଭାଗ କୁ ଆସେ ତେବେ ନାନା ଆଳରେ ବଲାଙ୍ଗୀର ସ୍ଥାନାନ୍ତର କରି ନିଜ ଦାୟିତ୍ୱ ଶେଷ କରି ଦେବା ଅଭିଯୋଗ ହୋଇି ଆସୁଛି । ଏପରି ମନମୁଖୀ ଓ ଖାମ ଖିଆଲ ଅର୍ଥ ଶୋଷଣ ମନୋଭାବ ଯୋଗୁଁ ଗରିବ ଲୋକ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଏ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା କୁ ବିଭିନ୍ନ ମହଲରେ ଦୃଢ଼ ଦାବି ହେଉଛି ।