ଅଜଣା ରୋଗରେ ପୀଡିତ ଦାଦନ ଶ୍ରମିକ ପାଇଁ ସହାୟତାର ହାତ ବଢାଇଲେ ଖପ୍ରାଖୋଲ ବି.ଡ଼ି.ଓ ତରଣୀ ସୁନା

ରିପୋର୍ଟ-ଭୋଜରାଜ ବରିହା (ଖପ୍ରାଖୋଲ)
ଖପ୍ରାଖୋଲ(୨୫/୦୮): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାକଝରଣ ଗାଁର ଜଣେ ଦାଦନ ଶ୍ରମିକ ପୁସ୍ତମ୍ ଭୋଇ ଅଜଣା ରୋଗରେ ପୀଡିତ ଥିବା ଦୁଃଖଦ କାହାଣୀ ବିଭିନ୍ନ ସୋସିଆଲ ମିଡ଼ିଆ ସହ ଆମ ୱେବ ଚ୍ୟାନେଲରେ ପ୍ରସାରଣ ହୋଇଥିଲା |

ଏହା ପରେ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା ବାକଝରଣ ଗାଁକୁ ଯାଇ ନଗଦ ୫୦୦୦/- ଟଙ୍କା ନଗଦ ଚିକିତ୍ସା ପାଇଁ ସହାୟତା ଦେଇ ପୁରୁଷୋତ୍ତମ ଭୋଇଙ୍କୁ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଭୋଇଙ୍କୁ ସହାୟତା ଦେଇଥିଲେ ପରେ ବାଗ ଝରଣ ଗ୍ରାମବାସି ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କୁ ଧନ୍ୟବାଦ ଦେଇଥିବାରୁ ସେ ଏବେ ଅଞ୍ଚଳରେ ବେସ ପ୍ରଶଂସିତ |

Comments are closed.