Thursday, March 28, 2024

Top 5 This Week

Related Posts

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୮/୯) : ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ତିନି ଜଣିଆ ପ୍ରତିନିଧି ମଣ୍ଡଳୀ କମିଟି ର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଙ୍କ ନେତୃତ୍ୱରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ପହଞ୍ଚିଥିଲେ lWhatsApp Image 2022 09 09 at 8.35.36 AM ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦାନ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା ର ସମୀକ୍ଷା କରିଥିଲେ l ସମୀକ୍ଷା ବୈଠକରେ ବିଶେଷ ଭାବେ ଖାଦ୍ୟ ନିରାପତ୍ତା, ସ୍କୁଲ ଗୁଡିକୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ନିମନ୍ତେ ଚାଉଳ ଯୋଗାଣର ସୁବ୍ୟବସ୍ଥା, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସାଧାରଣ ବଣ୍ଟନ ବ୍ୟବସ୍ଥା, କୃଷି ବୀମା ଯୋଜନା ର କାର୍ଯ୍ୟକାରିତା, ଧାନ କିଣା ବିକା ତଥା ବିଭିନ୍ନ ମଣ୍ଡି ର ସୁପରିଚାଳନା ନିମନ୍ତେ ମଣ୍ଡି ପରିସରରେ ସି ସି ଟି ଭି କ୍ୟାମେରା ଲଗାଇବାକୁ ସୁନିଶ୍ଚିତ କରିବା, ସେବା ସମବାୟ ତରଫରୁ କୃଷି ଋଣ ପ୍ରଦାନ, ଚାଷୀ ପଞ୍ଜିକରଣ ଉପରେ ଆବଶ୍ୟକ ପଦକ୍ଷେପ, ଜିଲ୍ଲାରେ ବୟନ ଶିଳ୍ପ ଓ ହସ୍ତ ତନ୍ତ ର ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ କମିଟି ର ପ୍ରତିନିଧି ମଣ୍ଡଳୀ l

ପରେ ପରେ କମିଟି ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ମହାଦା ପେକ୍ସ, ବୀରମହାରାଜପୁର ଠାରେ ସ୍ଥିତ କିରୋସିନି ହୋଲ ସେଲ ଡିପୋ ର ପରିଦର୍ଶନ କରିଥିଲେ l ତତ ପରେ କମିଟି ବୟନ ଗ୍ରାମ କେନ୍ଦୁପାଲି ଠାରେ ବୁଣାକାର ସମବାୟ ସମିତି କେନ୍ଦ୍ରରେ ସମିତି କର୍ମକର୍ତ୍ତା ତଥା ଗ୍ରାମର ଅନ୍ୟାନ୍ୟ ବୁଣାକାର ପରିବାର ଓ ବୁଣାକାରଙ୍କ ସହ ବୟନ ଓ ହସ୍ତ ତନ୍ତ ସମ୍ୱନ୍ଧୀୟ ଯୋଜନା ଓ କାର୍ଯ୍ୟକାରିତା ଉପରେ ପଚାରି ବୁଝିଥିଲେ ଏବଂ ବୁଣାକାର ମାନଙ୍କ ଦ୍ୱାରା ଅନୁଷ୍ଠିତ ଏକ ସଭାରେ ଯୋଗଦାନ କରିଥିଲେ l

ଏହି ପରିପ୍ରେକ୍ଷୀରେ ବୁଣାକାର ସମୂହ କମିଟି ଆଗରେ ବୟନ ସମ୍ୱନ୍ଧୀୟ ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ l ଏହି ଗସ୍ତ ଅବସରରେ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ଙ୍କ ସହ କମିଟି ର ସଦସ୍ୟ କଣ୍ଟାମାଲ ବିଧାୟକ ମହୀଧର ରଣା, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶିରୀ ପ୍ରମୁଖ ଯୋଗଦାନ କରି ଜିଲ୍ଲାରେ ସରକାରୀ ଯୋଜନାର ବ୍ୟବସ୍ଥିତ ଓ ସଫଳ ରୂପାୟନ ପାଇଁ ଅଧିକାରୀ ବୃନ୍ଦ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l

କମିଟି ଗସ୍ତ ନିମନ୍ତେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନିଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ, ଉପ କୃଷି ନିର୍ଦ୍ଦେଶକ, କୋଅପରେଟିଭ ଅଧିକାରୀ, ଜିଲ୍ଲା ବୟନ ଶିଳ୍ପ ଅଧିକାରୀ, ଜିଲ୍ଲା ବେସାମାରିକ ଯୋଗାଣ ଅଧିକାରୀ, ପ୍ରତିନିଧି ମଣ୍ଡଳୀ ଙ୍କ ସହ ଆସିଥିବା ଅଧିକାରୀ ବୃନ୍ଦ, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

Popular Articles