Friday, March 29, 2024

Top 5 This Week

Related Posts

ବିଶ୍ୱାତ୍ମ ବିଦ୍ୟା ମନ୍ଦିର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ : ଆଲୋକ ମିଶ୍ର
ବଲାଙ୍ଗୀର, (୦୯/୦୯) : ପୂଜ୍ୟପାଦ ସଦ୍ଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ଵତୀ ଜୀ ମହାରାଜଙ୍କ ୬୭ ତମ ଜନ୍ମ ଦିବସ (୧୦ ସେପ୍ଟେମ୍ବର ୨୦୨୨) ଉପଲକ୍ଷେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ଆନନ୍ଦ ନିକେତନ ଆଶ୍ରମ, ବଲାଙ୍ଗୀର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ରାଜ୍ୟସଭା ସଦସ୍ୟ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱାତ୍ମ ଚେତନା ପରିଷଦ ଦ୍ୱାରା ଅନୁଷ୍ଠିତ ଏହି ରକ୍ତଦାନ ଶିବିର ଉଦ୍ଘାଟନ କରି ଏହି ମହତ୍ କାର୍ଯ୍ୟ ର ଭୂୟସୀ ପ୍ରଶଂସା କରିଥିଲେ । ଏହି ରକ୍ତଦାନ ଶିବିରରେ ୬୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ର ସଭାପତି ଶ୍ରୀ ଗଜେନ୍ଦ୍ର ତ୍ରିଭୂବନ ଦାସ ଭମ୍ମର ଜୀ, ସମ୍ପାଦକ ଶ୍ରୀ ନବୀନ ବେଦବାକ, ବିଶିଷ୍ଟ ସମାଜସେବୀ ବିଷ୍ଣୁ କେଡିଆ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ବିଶ୍ୱାତ୍ମ ଚେତନା ପରିଷଦ ର ସାଧାରଣ ସମ୍ପାଦକ ସ୍ୱାମୀ ଶ୍ରୀ ସତ୍ୟବେଦାନନ୍ଦ ସରସ୍ଵତୀ ଜୀ ସଂଯୋଜନା କରିଥିଲେ ।WhatsApp Image 2022 09 09 at 10.57.03 AM ବିଶ୍ୱାତ୍ମ ବିଦ୍ୟା ମନ୍ଦିର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ରକ୍ତଦାନ ଶିବିରରେ ପୁରାତନ ଛାତ୍ର, ଅଭିଭାବକ ଓ ବିଦ୍ୟାଳୟ ର ଶିକ୍ଷକମାନେ ଯୋଗଦାନ କରି ରକ୍ତଦାନ କରିଥିଲେ । ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଭୋଜନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Popular Articles