ନିଖୋଜ ମହିଳାଙ୍କ ଗଳିତ ଶବ ଜଙ୍ଗଲରୁ ଉଦ୍ଧାର ଘଟଣା, କାଠ ଫଳିଆରେ ପତ୍ନୀକୁ ହତ୍ୟା, ସ୍ୱାମୀ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୫/୦୮): ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର ଘସରଲିଆ ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ମିଳିଥିବା ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣାର ତଦନ୍ତ କରି ହତ୍ୟାକାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈପାରୀଗୁଡା ପୋଲିସ | କିଛି ଦିନ ପୂର୍ବେ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ବାସନ୍ତି ଘସରଲିଆଙ୍କ ସ୍ୱାମୀ ଡମ୍ବରୁ ଘସରଲିଆ ନିଜ ପତ୍ନୀକୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି |

ସୂଚନା ଅନୁଯାୟୀ କମ ଦାମରେ କୁକୁଡ଼ା ବିକ୍ରିକୁ ନେଇ ଡମ୍ବରୁଙ୍କ ମା ଓ ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ଡମ୍ବରୁ ନିଜ ପତ୍ନୀ ଉପରେ ରାଗିଯାଇ ଏକ କାଠ ଫଳିଆରେ ବାରମ୍ବାର ମୁଣ୍ଡରେ ଆଘାତ କରିଥିଲେ ଯାହାଫଳରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣାକୁ ଲୁଚାଇବା ପାଇଁ ଡମ୍ବରୁ ନିଜ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ନିଜ ପତ୍ନୀର ମର ଶରୀରକୁ ନେଇ ଫିଙ୍ଗିଦେଇଥିଲେ | ପରେ ବାସନ୍ତିର ମା ଘରକୁ ବାସନ୍ତି ନିଖୋଜ ବୋଲି ଫୋନ କରି ଜଣେଇଥିଲେ | ବୈପାରୀଗୁଡା ଥାନା ଅଧିକାରି ରମେଶ ଦେବତାଙ୍କ ନିର୍ଦେଶରେ ଏକ ଟିମ ସାହାଯ୍ୟରେ କୌସଳ କ୍ରମେ ଘଟଣାର ତଦନ୍ତ କରି ହତ୍ୟାକାରି ଡମ୍ବରୁଙ୍କୁ ଗିରଫ କରି ଜୟପୁର କୋର୍ଟ ଚାଲାଣ କରିଥିବା ଜଣାପଡିଛି |

Comments are closed.