Advertisements
Tuesday, July 7, 2020
Home District News ତହସିଲଦାର ତଦାରଖ କଲେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ, ଏଣିକି ଛତୁଆ ୨୩ରେ ମିଶ୍ରଣ, ୧ରେ ବଣ୍ଟନ

ତହସିଲଦାର ତଦାରଖ କଲେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ, ଏଣିକି ଛତୁଆ ୨୩ରେ ମିଶ୍ରଣ, ୧ରେ ବଣ୍ଟନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୫/୦୮): ସମ୍ମନିତ ଶିଶୁ ବିକାଶ ଯୋଜନାରେ ପରିଚାଳିତ ଛତୁଆ ପ୍ରକଳ୍ପରେ ନୂତନ ଗାଇଡ଼ ଲାଇନରେ ଏଣିକି ପ୍ରତି ମାସ ୨୩ତାରିଖରେ ଛତୁଆ ମିଶ୍ରଣ ହେବ ଏବଂ ଅଙ୍ଗନବାଡି କେନ୍ଦ୍ରରେ ୧ତାରିଖରେ ଛତୁଆ ବଣ୍ଟନ ହେବ ବୋଲି ଜଣାପଡିଛି |

ଗତ ୨୩ତାରିଖ ଦିନ ସ୍ଥାନୀୟ ତହସିଲଦାର ସଞ୍ଜବ କୁମାର ସାହୁ ବୈପାରୀଗୁଡା ସମ୍ମନିତ ଶିଶୁ ବିକାଶ ଯୋଜନାରେ ପରିଚଳିତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଦୁଇ ଛତୁଆ ପ୍ରକଳ୍ପର ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ ତଦାରଖ କରିଥିଲେ | ତହସିଲଦାର କହିବା ଅନୁଯାୟୀ କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଛତୁଆ ପ୍ରକଳ୍ପ ତଦାରଖ କରାଯାଉଛି | ଏଣିକି ପ୍ରତି ମାସ ୨୩ତାରିଖରେ ଛୁଟି ସତ୍ୱେ ମଧ୍ୟ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ ଜାରି ରହିବ | ଅଙ୍ଗନବାଡି କେନ୍ଦ୍ରରେ ଛୋଟ ଶିଶୁ,ଗର୍ଭବତି ମହିଳା, ପ୍ରସୂତି ମା ମାନଙ୍କ ପାଇଁ ଉତ୍ତମ ଛତୁଆ ବଣ୍ଟନ ପ୍ରକ୍ରିୟାକୁ ସୁଚାରୁରୂପେ ତୁଲେଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି | ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଚାଲିଥିବା ପ୍ରକଳ୍ପରେ ଛତୁଆ ସାମଗ୍ରୀର ମାନ, ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତିଭୂମି,ବ୍ୟବହୃତ ଯନ୍ତ୍ର,ସାମଗ୍ରୀର ଗୁଣବୋତା, ପ୍ୟାକିଙ୍ଗ ଆଦିର ନିରିକ୍ଷଣ ଲାଗି ହିତାଧିକାରୀ ଠିକ ସମୟରେ ପୃଷ୍ଟିକର ଖାଦ୍ୟ ପାଇପାରିବେ | ଯାହାକି ଗ୍ରାମାଞ୍ଚଳର ଶିଶୁଙ୍କ ପୃଷ୍ଟିହୀନତା କମିବାରେ ସାହାଯ୍ୟ ହେବବୋଲି ଜଣାପଡୁଛି | ଏଣିକି ଅଙ୍ଗନବାଡି କେନ୍ଦ୍ରରେ ପ୍ରତି ମାସର ୧ ତାରିଖ ଦିନ ମାତୃ କମିଟି ଓ ଯାଞ୍ଚ କମିଟି ଉପସ୍ଥିତିରେ ଛତୁଆ ବଣ୍ଟନ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି | ଅଗାମି ଦିନରେ ସରକାରଙ୍କ ଏହି ପଦକ୍ଷେପ କେତେ ସ୍ୱଚ୍ଛତା ଆଣିବ ଦେଖିବାକୁ ବାକି ରହିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

ଖାଁ ଖାଁ ଲାଗୁଛି ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠ , କୋରାପୁଟ

ରିପୋର୍ଟ: ଏନ. ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ଚଳିତ ବର୍ଷ ଅଦୃଶ୍ୟ କରୋନା ମହାମାରୀ ଦୁନିଆକୁ କବଳିତ କରିଛି l ଏହି ସମୟରେ ମନ୍ଦିର ଗୁଡ଼ିକରେ ଭିଡ଼ ଲାଗିଲେ...

Recent Comments

%d bloggers like this: