Advertisements
Tuesday, July 7, 2020
Home Government News ମାଓ ପ୍ରବଣ ରାୟଗଡା କାକହାଣ୍ଡି ଜ଼ିଲ୍ଲାର ସୀମାନ୍ତରେ ମନ୍ତ୍ରୀଙ୍କ ଗସ୍ତ

ମାଓ ପ୍ରବଣ ରାୟଗଡା କାକହାଣ୍ଡି ଜ଼ିଲ୍ଲାର ସୀମାନ୍ତରେ ମନ୍ତ୍ରୀଙ୍କ ଗସ୍ତ

ରିପୋର୍ଟ:ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୫.୦୮.୨୦୧୯): ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟା ଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଗତ ୨୩ ଓ ୨୪ ତାରିଖ ଦୁଇ ଦିନ କଳାହାଣ୍ଡି ଜ଼ିଲ୍ଲା ଗସ୍ତ କରି ଜ଼ିଲ୍ଲା ସଦର ମହକୁମାରେ ଗତ କାଲି ରାତ୍ରି ବିଶ୍ରାମ ନେଇ ଆଜି ୨୫ ତାରିଖ ସକାଳୁ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର କାଇଗୁଡ଼ା ଠାରେ ଥିବା ଆଶ୍ରମ ସ୍କୁଲ ହଷ୍ଟେଲକୁ ପରିଦର୍ଶନରେ ଯାଇ ଛାତ୍ର ଛାତ୍ରୀଙ୍କ ସହ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ |

ବିଶ୍ୱନାଥପୁର ଠାରେ ବିଭିନ କାର୍ଯ୍ୟକ୍ରମରେ ଯୋଗ ଦେଇ ମାଓ ପ୍ରବଣ ଲାଲଗଡ଼ ରୂପେ ପରିଚିତ ନିୟମଗିରି ପାଦ ଦେଶରେ ଲାଞ୍ଜିଗଡ ଠାରେ ପହଁଚିଥିଲେ | ଏହିଠାରେ କମର୍ସ ଓ ବିଜ୍ଞାନ କଲେଜ ଓ ମଙ୍ଗଳ ବିଭାଗ ହାଇସ୍କୁଲରେ ଛାତ୍ର ଛାତ୍ରୀ ଓ ଅନୁଷ୍ଠାନରେ କର୍ମକର୍ତା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ | ମନ୍ତ୍ରୀ କିଛି ସମୟ ଏହି ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ | ଏହି ସମୟରେ ଜୋଲୋଜ଼ୀ ଅଧ୍ୟାପକ ନଥିବାରେ ଅଭିଯୋଗ କରିଥିଲେ | ଛାତ୍ର ଛାତ୍ରୀ ଓ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବା ଅଭିଯୋଗ କରିଥିଲେ | ଏହାକୁ ଶୀଘ୍ର ପୂରଣ କରାଯିବ ବୋଲି କହିଥିଲେ | ମନ୍ତ୍ରୀ ଲାଞ୍ଜିଗଡ ଠାରେ ଅବସ୍ଥିତ କୁଟିଆ କନ୍ଧ ଉନୟନ ସଂସ୍ଥାରେ ଏକ କୋଠାକୁ ମାନ୍ୟବର ମନ୍ତ୍ରୀ ଉଦଘାଟନ କରିଥିଲେ | ଯାହାକି ଓ ପି ଲି ପି ଦ୍ୱାରା ୪୭ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଥିଲା | ପରିଷେଶରେ ମନ୍ତ୍ରୀ ଗୋଇପେଟା ଠାରେ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପୃଷ୍ଟି ସାଧନା କେନ୍ଦ୍ରରେ ଶୁଭ ଉଦଘାଟନ କରିଥିଲେ |

ଏହି ସମୟରେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ଜ଼ିଲ୍ଲା କଳାହାଣ୍ଡି ଜ଼ିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁଦ୍ଧଦେବ ପଣ୍ଡା ଓପିଲିପି ରେ ପ୍ରୋଜେକଟ ମ୍ୟାନେଜେର ଲମ୍ବୋଦର ପ୍ରଧାନ ବରିଷ୍ଠ ବିଜୁ ଜନତା ଦଳର ଧିରୁ ପାଣିଗ୍ରାହୀ, ଜଗନ୍ନାଥ ନୁଁତୃକା, ଗଗନ ଆଚାର୍ଯ୍ୟ, ରତନ ଲାଲ ଜୈନ ଉପସ୍ଥିତ ରହିଥିଲେ | ଲାଞ୍ଜିଗଡ ଅଂଚଳ ପରିଦର୍ଶନ କରି ଫେରିବା ସମୟରେ ମୁନିଗୁଡା ବ୍ଲକର ଶିବପଦର ଆଶ୍ରମ ସ୍କୁଲକୁ ମନ୍ତ୍ରୀ ଶ୍ରୀ ସାରକା ଅଚାନକ ପରିଦର୍ଶନ କରି ଅନ୍ତେବାସୀ ସମସ୍ତ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ଥିଲେ ଓ ସମସ୍ୟାକୁ ଖୁଵ ଶୀଘ୍ର ସମାଧାନ କରାଯିବ କହିଥିଲେ | ଆଶ୍ରମ ସ୍କୁଲ ହଷ୍ଟେଲ ମାନଙ୍କରେ ବହୁ ପରିମାଣରେ ପାନୀୟ ଜଳ ସହିତ ପାଇଖାନାରେ ଅସୁବିଧା ରହୁଥିବା ବିଜେଡି ନେତା ଗଗନ ଆଚାର୍ଯ୍ୟ ଓ ଜଗନ୍ନାଥ ନୁଁତୃକା ମନ୍ତ୍ରୀଙ୍କୁ କହିଥିଲେ ଓ ଏହାର ସମାଧାନ କରିବା ନିମନ୍ତେ ଅନୁରୋଧ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: