ଶିବମନ୍ଦିରରେ ଜନ୍ମାଷ୍ଟମୀ ଦିନ ଦଧିନଉତି ସ୍ଥାପନ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା (୨୪/୦୮): ରାୟଗଡା ସହର ସ୍ଥିତ ବ୍ରାହ୍ମଣ ସାହି ପ୍ରାନ୍ତରେ ଥିବା ଶ୍ରୀ ରାମ ମନ୍ଦିର ନିକଟସ୍ଥ ବହୁ ପୁରାତନ ଶିବ ମନ୍ଦିର ଶ୍ରୀ ଶ୍ରୀ ମାଲିକେଶ୍ୱର ଶିବମନ୍ଦିରର ଜନ୍ମାଷ୍ଟମୀ ଦିନ ଦଧିନଉତି ସ୍ଥାପନ ହୋଇଯାଇଛି । କୋଉ ପ୍ରାଚୀନ କାଳରୁ ଏହି ମନ୍ଦିର ରାୟଗଡା ସହରରେ ଅବସ୍ଥାପିତ ହୋଇଅଛି ।

ତାହାର କୌଣସି ସଠିକ ପ୍ରମାଣ ନାହିଁ । ତେଣୁକରି ଏହି ପରି ପ୍ରାଚୀନ ସ୍ଥାପତ୍ୟକୁ ବଜାୟ ରଖିବାକୁ ଏହି ମନ୍ଦିର ପୁରାତନ କୋଠାକୁ ଭାଙ୍ଗି ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମନ୍ଦିର ରାୟଗଡାର ଏକମାତ୍ର ମନ୍ଦିର ଯେଉଁଠାରେ ଦେବ ଦେବ ମହାଦେବ ଶ୍ୱେତଲିଙ୍ଗ ରୂପେ ପୂଜା ପାଉଛନ୍ତି । ଅତି ପୁରାତନ ଶିବମନ୍ଦିର ହୋଇଥିବାରୁ ବହୁତ ସଂଖ୍ୟକ ଶ୍ରୋଦ୍ଧାଳୁ ଏହିଠାକୁ ପୂଜା କରିବାକୁ ସୋମବାର ଦିନ ଓ କାର୍ତ୍ତିକ ମାସ, ଶ୍ରାବଣ ମାସରେ ଓ ଅନ୍ୟ ପୂଜା ପାର୍ବଣ ଦିନ ରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ। ପବିତ୍ର ଜନ୍ମାଷ୍ଟମୀ ଦିନ ସହରର ମାନ୍ୟଗଣ୍ୟ ଓ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ଵାରା ଦଧିନଉତି ବିଧି ବିଧାନର ସହ ସମାପନ ହୋଇଥିଲା । ସମସ୍ତ ବିଧିବିଧାନ,ମନ୍ତ୍ର ପାଠ ଓ କୀର୍ତ୍ତନ ହୁଳହୁଳିରେ ପରିବେଶଟି ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ଦଧିନଉତି କଳସ ସ୍ଥାପନ ପରେ ସେଥିରେ ଶ୍ରୋଦ୍ଧାଳୁ ନିଜ ନିଜ କ୍ଷମତା ମୁତାବକ ସୁନା ରୁପା ସବୁ ମୂଲ୍ୟବାନ ଜିନିଷ ପକାଇଥିଲେ । ଏହିପରି ଏକ ଭକ୍ତିମୟ ପରିବେଶରେ ମନ୍ଦିରର ଏହି ଗୁରୁତ୍ୱପୂର୍ଣ୍ଣ କାର୍ୟ ଟି ସମାପନ ହୋଇଥିଲା।

Comments are closed.