ସମନ୍ବିତ କର୍ମଜିବୀ ସାମ୍ବାଦିକ ମହାସଂଘର ଜିଲ୍ଲା କାର୍ଯକାରିଣୀ ବୈଠକ

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର (୨୫/୦୮): ଯାଜପୁର ଜିଲ୍ଲାର ସମନ୍ବିତ କର୍ମଜିବୀ ସାମ୍ବାଦିକ ସଂଘ ପକ୍ଷରୁ ବରୀ ବାଲିଆପାଳ ବିଧାନ ଚନ୍ଦ୍ର ଏକାଡେମୀ ବିଦ୍ୟାଳୟ ଠାରେ ଜିଲ୍ଲା କାର୍ଯକାରିଣୀ ବୈଠକ ସହ ବରୀ ମାଟିରେ ସାମ୍ବାଦିକଙ୍କ ଭୁମିକା ଶୀର୍ଷକ ଏକ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଭାବେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବରୀ ତଥା ସମଗ୍ର ରାଜ୍ୟରେ ସାମ୍ବାଦିକ କଂ ଭୁମିକା ଉପରେ ମତ ପ୍ରଦାନ କରିବା ସହ ସାମ୍ବାଦିକଙ୍କ ପାଇଁ ଆଜି ସାଧାରଣ ଲୋକେ ସବୁ କଥା, ସରକାରୀ ଯୋଜନା ସମ୍ପର୍କରେ ଅବଗତ ହେଇପାରୁଛନ୍ତି । ପ୍ରତିଟି କାର୍ଯ୍ୟକୁ ଟିକ୍ ନିଖ୍ ଭାବରେ ନଜର କରି ପ୍ରତିଦିନ ସେମାନେ ଖବର ପରିବେଷଣ କରୁଛନ୍ତି । ଅପର ପକ୍ଷରେ ବିଧାୟିକାଙ୍କ ସମେତ ବାଈଁଶିରିଆ ପଂଚାୟତ ସରପଂଚ ଶ୍ରୀମତୀ ସଂଧ୍ୟାରାଣୀ ସାହୁ, ୨୩ନଂ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ଦାସ, ବିଧାନ ଚଂଦ୍ର ଏକାଡେମୀର ପ୍ରଧାନ ଶିକ୍ଷକ ସୀତାକାନ୍ତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରୀରେ ସାମ୍ବାଦିକଙ୍କ ଭୁମିକା ଉପରେ ମତ ପ୍ରଦାନ କରିବା ସହ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମନିତ କର୍ମଜିବୀ ସାମ୍ବାଦିକ ସଂଘ ଓଡିଶା ରାଜ୍ୟ ସଂପାଦକ ତପନ ମହାରଣ୍ୟଶର୍ମା ,କୋଷାଧ୍ୟକ୍ଷ ଅର୍ଜୁନ ମୁଦୁଲୀ, ଯୁଗ୍ମ ସଂପାଦକ ଦିଲ୍ଲୀପ କୁମାର ଦାଶ, ଜିଲ୍ଲା ସଭାପତି କାଶୀନାଥ ବାରିକ, ସଂପାଦକ ଅଭିମନ୍ୟୁ ମିଶ୍ର ,ଉପସଭାପତି ସୁରେଶ କର, ସୁରେନ୍ଦ୍ର ସାମଲ, ବିଜୟ ମହାରଣା, ନିହାରିକା ସାମଲ, ଆନନ୍ଦ ବିଶ୍ୱାଳ, ଦୀପକ ଗୋଛାୟତ, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ ହାତୀ,ଭୁବନେଶ୍ବର ଜିଲ୍ଲା ସଭାପତି ଅଭିମନ୍ୟୁ ମହାପାତ୍ର, ଭଦ୍ରକ ଜିଲ୍ଲା ସଭାପତିଙ୍କ ସମେତ ଜିଲ୍ଲାର ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସହ ମତ ବିନିମୟ କରିଥିଲେ । ପରିଶେଷରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଶିକ୍ଷକତା କ୍ଷେତ୍ରରେ ବରୀ ବାଈଁଶିରିଆ ପଂଚାୟତ ଆଦର୍ଶ ଶିକ୍ଷକ ବିଷ୍ଣୁପଦ ତ୍ରିପାଠୀ, କିମ୍ବିରିଆପାଳ ପଂଚାୟତର ଶିକ୍ଷକ ମନୋଜ କୁମାର ସାହୁ, ବରୀ ମେଦୁଆକୁଳ ର ଶିକ୍ଷକ ପ୍ରମୋଦ ଦାସ, ସାମ୍ବାଦିକତା କ୍ଷେତ୍ରରେ ସୁରେଶ କର, କୁଂ ସମ୍ବର୍ଦ୍ଧନା କରାଯାଇ ଥିଲା ।

Comments are closed.