Thursday, March 28, 2024

Top 5 This Week

Related Posts

ପ୍ରକାଶ ପାଇଲା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୮/୦୯) : ପ୍ରକାଶ ପାଇଲା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ । ନ୍ୟସନାଲ ଟେଷ୍ଟିଂ ଏଜେନ୍ସି ନିଟ୍ ପରୀକ୍ଷା ଫଳ ପ୍ରକାଶ କରିଛି ନିଟ୍ ।

ପରୀକ୍ଷା ମାଧ୍ୟମରେ ଉନ୍ନୀତ ଛାତ୍ରଛାତ୍ରୀ ଏମବିବିଏସ ମେଡିକାଲ ସିଟ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପ୍ରକାଶ ପାଇଲା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ । ଏଥିରେ ଟପ୍ପର ହୋଇଛନ୍ତି ରାଜସ୍ଥାନ ର ଝିଅ ତନିସ୍କା । ତନିସ୍କା ମୋଟ ୭୧୫ ମାର୍କ ହାସଲ କରିଛନ୍ତି । ମୋଟ ୭୨୦ ରୁ ୭୧୫ ରଖିଛନ୍ତି ତନିସ୍କା । ତନିସ୍କାଙ୍କ ପଛକୁ ଦିଲ୍ଲୀ ର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକ ର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ରହିଛନ୍ତି । ପ୍ରକାଶ ପାଇଥିବା ଟପ୍ ୫୦ ତାଲିକାରେ ୨୦ ଛାତ୍ରୀ ରହିଛନ୍ତି । ଟପ୍ ୫୦ ଜଣ ଛାତ୍ରଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶା ର ପ୍ରିୟ ସୋମଦତ୍ତ ନାୟକ ।

ସେ ଓଡ଼ିଶା ଟପ୍ପର ହୋଇଛନ୍ତି । ତାଙ୍କର ୭୨୦ ରୁ ୭୦୫ ମାର୍କ ରହିଛ । ସୋମଦତ୍ତଙ୍କ ୩୯ ରାଂକ ରହିଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA ପକ୍ଷରୁ ଟପ୍ ୫୦ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ନିଟ୍ ୟୁଜି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିଟ୍‌ର ଅଫିସିଆଲ ୱେବସାଇଟ୍‌କୁ ଯାଇ ରେଜଲ୍ଟ ଦେଖିପାରିବେ । ନିଟ ପରୀକ୍ଷା ର ଅଫିସିଆଲ ୱେବସାଇଟ୍ ହେଉଛି neet.nta.nic.in । ରେଜଲ୍ଟ ଡାଉନଲୋଡ୍ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଏହି ୱେବସାଇଟ୍‌କୁ ଯାଇ ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ରାଂକ କାର୍ଡ ଡାଉନଲୋଡ୍ କରିପାରିବେ ।

Popular Articles