ରାଇକିଆରେ ଜଳ ଶକ୍ତି ଅଭିଯାନ ଉପରେ ଗ୍ରାମସଭା

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୨୪/୦୮): କନ୍ଧମାଳ ଜିଲ୍ଲା ଗ୍ରାମ ପଂଚାୟତ ରାଇକିଆରେ ଜଳ ଶକ୍ତି ଅଭିଯାନ ଉପରେ ଏକ ସଭା ହୋଇଥିଲା | ଏହି ସ୍ୱତନ୍ତ୍ର ଗ୍ରାମ ସଭାରେ ଜଳ ସଂରକ୍ଷଣ ସମ୍ବନ୍ଧରେ ଗ୍ରାମସଭା କାର୍ଯ୍ୟକ୍ରମ ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ବାର୍ତ୍ତା ଦିଆଯାଇଥିଲା |

ସେଗୁଡିକ ଥିଲା ୧. ଗ୍ରାମରେ ଥିବା ଘର ଛାତର ବର୍ଷ ଜଳକୁ ଓ ଛୋଟ ପୋଖରୀ ଗୁଡିକୁ ସଫା କରିବା ସହିତ ବର୍ଷ ଜଳ ସଂରକ୍ଷଣ କରିବା ୨. ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନିମନ୍ତେ ସ୍ଥାନ ନିରୂପଣ କରିବା ୩. ନଦୀ, ନାଳ, ଗୁଡିକରେ ଚେକ ଡ୍ୟାମ ନିର୍ମାଣ କରିବା ୪. ବିଲରେ ହିଡ଼ ବାନ୍ଧିବା ସହ ଆଉ ଅନେକ ବିଷୟରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମରେ ରକିଆ ସରପଞ୍ଚ ପଂଚୁ ପଧାନ, ରାଇକିଆ ସମିତି ସଭ୍ୟ ମିନି ନାୟକ, ସୁକାନ୍ତ ନାୟକ, ସଂଜୀବ ଦଳବେହେରା, ଅନିଲ ପଟ୍ଟନାୟକ ସହ ଭିଏଲଡବ୍ଲୁ ମଧ୍ୟ ଥିଲେ |

Comments are closed.