ରିପୋର୍ଟ : ନରତ୍ତମ ପାଢୀ
ବିଷମକଟକ, (୦୮/୦୯) : ରାୟଗଡ଼ା ଜିଲ୍ଲାପାଳ ସ୍ଵଧା ଦେବସିଂ ଆଜି ବିଷମକଟକ ବ୍ଲକ ଗସ୍ତ କରି ଫେରିଛନ୍ତି । ପ୍ରଥମେ ଜିଲ୍ଲାପାଳ ବିଷମ କଟକ ସଦର ମହକୁମା ର ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରରେ ଚାଲିଥିବା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଗସ୍ତ କରି ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ।
ବିଷମକଟକ ବ୍ଲକ ଗସ୍ତ ସାରି ସରକାର ଙ୍କ 5T ଯୋଜନାରେ ବିଦ୍ୟାଳୟ ରୂପାନ୍ତରିକରଣ ହୋବାକୁ ଥିବା ହାଟ ମୁନିଗୁଡା ଆଦିବାସୀ ବାଳିକା ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟ ଛାତ୍ରୀ ମାନଙ୍କ ମଧ୍ୟାହ୍ନ ଭୋଜନ ର ମାନ ନିର୍ଦ୍ଧାରଣ କରିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଥି ସହିତ ବିଦ୍ୟାଳୟ କକ୍ଷ, ଛାତ୍ରୀବାସ ବୁଲି ଦେଖିବା ସହ ଛାତ୍ରୀ ମାନଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ ଦିଗରେ ଦୃଷ୍ଟି ଦେବାକୁ ପ୍ରଧାନ ଶିକ୍ଷକ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅନୁରୂପ କୁଟ୍ରାଗଡା ଗ୍ରାମ ପଞ୍ଚାୟତ ର ହୁକୁମତେଳା ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କୁଟ୍ରାଗଡ ଗସ୍ତ ସାରି ବିଷମ କଟକ ଜଗନ୍ନାଥ ମନ୍ଦିର କୁ ଯାଇ ମନ୍ଦିର ବେଡା ବୁଲିବା ସହ ମନ୍ଦିର ପାରିପାର୍ଶ୍ଵିକ ଉନ୍ନତି ଦିଗରେ ଗୁରୁତ୍ୱ ଦେବାକୁ ଏବଂ ମନ୍ଦିର ପରିସର ଆଲୋକିକରଣ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ।
ବିଷମ କଟକ ଗସ୍ତ ସାରି ଜିଲ୍ଲାପାଳ ଚାଟିକୋଣା ସ୍ଥିତ ଆଦିବାସୀ ବ୍ୟାକ୍ଷାକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଆଦିମ ଜନଜାତି ମହିଳା ଙ୍କୁ ସ୍ୱାବଲମ୍ବି ହେବା ନିମନ୍ତେ କୁର୍ଲୀ ମହିଳା ମହାସଂଘ କୁ ୪୦ ଲକ୍ଷ ୩୦ ହଜାର, ମୁନିଗୁଡା ବ୍ଲକ ର ମୁନିଖୋଲ ମହିଳା ମହାସଂଘ ଙ୍କୁ ୧୫ ଲକ୍ଷ ୭୦ ହଜାର ସର୍ବମୋଟ ୫୬ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ କରିଛନ୍ତି । ଏହା ପରେ ସପୁରୀ ପ୍ରକ୍ରିୟାକରଣ ପ୍ରକଳ୍ପ ନିମନ୍ତେ ନିମିତି ହୋଇଥିବା କୋଠା ବୁଲି ଦେଖିବା ସହ କୁର୍ଲୀ ସରପଞ୍ଚ ଙ୍କ ସହ ପ୍ରକଳ୍ପ ସ୍ଥାପନ ନିମନ୍ତେ ଆଲୋଚାନ କରିଛନ୍ତି ।
ଏହାପରେ ଚାଟିକୋଣା ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟ ପରିସରରେ ଗୌଡଗୁଡା ଏବଂ ମଣ୍ଡାପାଇ ଗ୍ରାମ ର ୪୭ ଜଣ ଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଜିଲ୍ଲାପାଳ ସ୍ଵଧା ଦେବସିଂ ଗ୍ରସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାସିବ ନାୟକ, ତହସିଲଦାର ଶୁଭେନ୍ଦୁ ଜେନା, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରତ୍ୟୁସ୍ ତ୍ରିପାଠୀ ଏବଂ ପ୍ରଶାନ୍ତ ପାଣିଗ୍ରାହୀ, ଏପିଓ ମାନସି ପାତ୍ର, ସିଡିପିଓ ସୁସିଲା ଶବର, ମଙ୍ଗଳ ଅଧିକାରୀ ସୁଭପ୍ରଦା ସାସମଲ, ସ୍ୱତନ୍ତ୍ର ଅଧିକାରୀ ଡିକେଡିଏ ଚୌତନ୍ୟ ମାଝୀ, ଆଦିମ ଜନଜାତି ସଶକ୍ତିକରଣ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ବିଷମ କଟକ ବ୍ଲକ ଅଧ୍ୟକ୍ଷା ଯୋଶଦା ହୁଇକା, କୁର୍ଲୀ ସରପଞ୍ଚ ସୁବର୍ଦ୍ଦନି ୱାଡକା, ସମସ୍ତ କନିଷ୍ଟ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ଙ୍କ ବିଷମ କଟକ ବ୍ଲକ ପ୍ରଥମ ଗସ୍ତ ହୋଇଥିବା ବେଳେ ବ୍ଲକ ର ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଅଧିକାରୀ ମାନେ ସଜାଗ ରହିଥିଲେ । ତେବେ ଜିଲ୍ଲାପାଳ ବ୍ଲକ ର ବିଭିନ୍ନ ଅଞ୍ଚଳ ବୁଲିବା ସହ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଜନହିତକର କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାପାଇଁ ବିଡିଓ ଙ୍କ ନିର୍ଦ୍ଦେଶ ଦେଇଥିଲେ ।