Advertisements
Sunday, July 5, 2020
Home headline ୪ ଅନ୍ତରାଜ୍ୟ ଡକାୟତ ଗିରଫ, ଧର୍ମଶାଳା ପୋଲିସର ଆଉ ଏକ ସଫଳତା

୪ ଅନ୍ତରାଜ୍ୟ ଡକାୟତ ଗିରଫ, ଧର୍ମଶାଳା ପୋଲିସର ଆଉ ଏକ ସଫଳତା

ରିପୋର୍ଟ: ସତ୍ୟଜିତ ବାରିକ
ଯାଜପୁର(୨୪/୦୮): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ଆଉ ଏକ ସଫଳତା । ଏକ ବଡ ଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରି ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରଛି ଧର୍ମଶାଳା ପୋଲିସ । ଗିରଫ ପରେ ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୫ ରାଉଣ୍ଡ ଗୁଳି, ୪ଟି ବାଇକ, ୫ଟି ମୋବାଇଲ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ।

ସୂଚନା ଅନୁସାରେ ଗତ କାଲି ରାତିରେ ଜାରକା ନିକଟ ଦେଉଳି ପାହାଡରେ ଏହି ଗ୍ୟାଙ୍ଗ ବଡ଼ ଡକାୟତି ଯୋଜନ କରୁଥିଲେ । କୌଣସି ମତେ ଧର୍ମଶାଳା ପୋଲିସ ଏହି ଖବର ପାଇ ସେଠାରୁ ଏହି ଗ୍ୟାଙ୍ଗ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ପୋଲିସକୁ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅମର ସିଲୋଙ୍କର ଠିକଣା ମିଳିଥିଲା। ଅମର ମୁମ୍ବାଇରୁ ଓଡିଶାକୁ ତାର ନେଟୱାର୍କ ବିଛାଇଥିଲା । ପରେ ପୋଲିସ ଅମରକୁ ଗିରଫ କରିଛି । ଅମର ନାଁରେ ପୂର୍ବରୁ ହତ୍ୟା ଡକାୟତି ପରି ଏକାଧିକ ମାମଲା ରହିଥିବାର ତଥ୍ୟ ପୋଲିସକୁ ହସ୍ତକ୍ଷେପ ହୋଇଛି । ଏହି ଗ୍ୟାଙ୍ଗରେ ସାମିଲ ଥିବା ଅନ୍ୟ ସଦସ୍ୟ ମାନେ ପୁରୀ ସଦର ଥାନା ଅଞ୍ଚଳର ନରେଶ ପ୍ରଧାନ, ଗଞ୍ଜାମ ସୋରଡା ଥାନା ଅଞ୍ଚଳର ବାବୁସାନ ସ୍ବାଇଁ, ଖୋର୍ଦ୍ଧା ଧଉଳି ଥାନା ଅଞ୍ଚଳ ସନ୍ଦିପ ଭୋଇ ଆଦି ଡକାୟତ ମାନଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରହିଛି । ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲଣ କରାଯିବ ବୋଲି ଯାଜପୁର ଅତିରିକ୍ତ ଏସପି ଅକ୍ଷୟ କୁମାର ଦାସ ସୂଚନା ଦେଇଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: