ମାଗଣା କ୍ୟାନ୍ସର ପରାମର୍ଶ ଶିବିର, ଗୁଣୁପୁର

ରିପୋର୍ଟ: ପ୍ରଦୀପ କୁମାର ପାତ୍ର।
ଗୁଣୁପୁର(୨୪/୦୮): କଟକର ଏଚସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ଓ ଶିରିଡି ସାଇ ଟ୍ରଷ୍ଟର ମିଳିତ ସହଯୋଗରେ ଆୟୋଜନ ହୋଇଛି ମାଗଣା କ୍ୟାନ୍ସର ପରାମର୍ଶ ଶିବିର ।

ଏହି ଶିବିରରେ କର୍କଟ ରୋଗ ବିଶେଷଜ୍ଞ ଡ଼ଃ ପ୍ରଶାନ୍ତ ଚନ୍ଦ୍ର ଦାସ ଓ ସେହି ହସ୍ପିଟାଲର ସହ କର୍ମଚାରୀଙ୍କ ମିଳିତ ସହଯୋଗରେ ଆଜି ସକାଳ ୧୦ଟା ସମୟରେ ଗାଦିଆଖଳା ରୋଡ ସ୍ଥିତ ଶ୍ରୀ ଶିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଆୟୋଜନ ହୋଇଛି । ଏହାକୁ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ଶିରିଡି ସାଇ ମନ୍ଦିରର ଟ୍ରଷ୍ଟର ସଭାପତି ଏମ. ସତ୍ୟନାରାୟଣ ଓ ଟ୍ରଷ୍ଟର
ସଦସ୍ୟ ଏସ ମଧୁସୂଦନ, ଲ।ଡି ରଘୁ, ବିଷ୍ଣୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ଶିବିରରେ ୩୦ ଜଣ ରୋଗି ଆସି ଡାକ୍ତରଙ୍କ ଦ୍ଵାରା ଚିକିତ୍ସା ଓ ପରାମର୍ଶ କରାଇ ନେଇଥିଲେ ।

Comments are closed.