Related Contents

ସ୍ବେଛାସେବୀ ସଂଗଠନ ତରଫରୁ ରକ୍ତଦାନ ସଚେତନତା ରାଲି

ରିପୋର୍ଟ: ହିରୋଜ କୁମାର ସାହୁ
କର୍ଲାମୁଣ୍ଡା(୨୪/୦୮): ଆଜି କଳାହାଣ୍ଡି ଜିଲ୍ଲାର ସୁପରିଚିତ ସ୍ବେଛାସେବୀ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ସ୍ଥିତ ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ରକ୍ତଦାନ ସଚେତନତା ରାଲି ଆୟୋଜନ କରାଯାଇଥିଲା ।

ଉକ୍ତ ରାଲିରେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବୁଦ୍ଧେଶ୍ୱର ଚୌଧୁରୀ ଓ କୋଷାଧ୍ୟକ୍ଷ ବିରେନ୍ଦ୍ର ଚୌଧୁରୀ ତଥା ଯୁବ ସ୍ବେଚ୍ଛାସେବୀ ଆକାଶ କେଡିଆ ( ସମ୍ମାନିତ ଅତିଥି )ଏବଂ ଉକ୍ତ ସ୍କୁଲ ର ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପଶା, ପୂର୍ଣ୍ଣଚନ୍ଦ ରାଉତ ଙ୍କ ସାହାର୍ଯ୍ୟ କ୍ରମେ ସଂଗଠନର କର୍କାମୁଣ୍ଡା ବ୍ଲକ ସଭାପତି ସୁମନ୍ତ ସାହୁ, କାର୍ଯକାରୀ ସଭାପତି ବୈସାଖୁ ସାହୁ, ଏବଂ ସମ୍ପାଦକ ଡମ୍ବରୁଧର ସାହୁ,ପ୍ରକାଶ ହେର୍ଣ୍ଣା, ଦୀପକ ଚୌଧୁରୀ, ଜଗନ୍ନାଥ ଚୌଧୁରୀ, ରାଜେନ୍ଦ୍ର ନାରାୟଣ ସାହୁ ଓ ଅନ୍ୟାନ୍ୟ ନିଜର ସହଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ଏବଂ କରଲାମୁଣ୍ଡା ପୋଲିସ ଦାୟିତ୍ୱବୋଧ ହେଇ ଟ୍ରାଫିକ କୁ ନିୟନ୍ତ୍ରଣ କରିବା ସହିତ ସମସ୍ତଙ୍କୁ ସୁରକ୍ଷା ଦେଇଥିଲେ ।

Comments are closed.