ପାରିବାରିକ କଳହ କୁ ନେଇ ଯୁବକ ର ଆତ୍ମହତ୍ୟା

0
152
ପାରିବାରିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୦୯) : ଗୋଟିଏ ପାରିବାରିକ କଳହ କୁ ନେଇ କାଶୀନଗର ସହର ର ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ୱାର୍ଡ ନଂ ୧୦ ର ମେରକା ସାହିରେ ବସ କ୍ଲିନର କାମ କରୁଥିବା ରାଜେଶ ଗୌଡ଼ (୨୮) ଅପରାହ୍ନ ୨ ଟା ସମୟରେ ଘରେ କେହି ନଥିବା ଦେଖି ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଗୋଟିଏ ଛୋଟ ଝିଅ ଗୋଟିଏ ପୁଅ ରହିଛି ରାଜେଶ ର । ସେ ରାୟଗଡ଼ା ଥାନା ଅଞ୍ଚଳ ର କଇଁପୁରରେ ବିବାହ କରିଥିଲେ । ପୂର୍ବରୁ ପାରିବାରିକ କଳହ ରହିଥିଲା ।

ଏହି ଘଟଣା ଘଟିଲା ବେଳକୁ ନିଜ ସ୍ତ୍ରୀ ନଥିଲେ । କାଶୀନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଛି ଓ ଏକ ଆତ୍ମହତ୍ୟା ମାମଲା ନଂ ୫/୨୨ ରେ ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।