ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀଜୀଙ୍କ ବଳୀଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ

ବାଲିଗୁଡା(୨୩/୦୮): କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା ସଂସ୍କୃତି କନ୍ୟାଶ୍ରମରେ ଏଗାର ତମ ବଳୀଦାନ ଦିବସ ଜନ୍ମାଷ୍ଟମୀ ଧୂମଧାମରେ ପାଳନ କରାଯାଉଛି । ସକାଳୁ ସକାଳୁ ଆଶ୍ରମର ଅନ୍ତେବାସୀ ସ୍ଥାନୀୟ ରାହୁଲ ନଦୀରେ ଜଳେଶ୍ବର ବାବାଙ୍କ ଠାରେ ପୂଜାର୍ଚନା କରି କଳସରେ ପାଣିଧରି ନଗର ପରିକ୍ରମା କରିଥିଲେ । ଏହାପରେ ଭଜନ କୀର୍ତ୍ତନ ନାମ ସଂକୀର୍ଣ୍ଣନ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

୨୦୦୮ ମସିହା ଅଗଷ୍ଟ ତେଇଶି ତାରିଖ ଆଜିର ଦିନରେ ଜଳେଶପଟ୍ଟା ସଂସ୍କୃତି କନ୍ୟାଶ୍ରମରେ ପସି ଦୃର୍ବୁତ୍ତମାନେ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର ଚାରି ସହଯୋଗୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ | ସେହିଦିନ ଠାରୁ ବିଶ୍ବ ହିନ୍ଦୁ ପରିଷଦ ବଳୀଦାନ ଦିବସ ପାଳନ କରାଯାଉଛି । କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ସାଧୁ ସନ୍ଥ ଓ ସଂଗଠକ ଯୋଗ ଦେଇଛନ୍ତି | ତାଛଡା ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଛି | ଘୃତ ଯଜ୍ଞ, ଅନ୍ନ ଯଜ୍ଞ ଓ ଶ୍ରଦ୍ଧା ଞ୍ଜଳି ସଭାପରେ ରାତିରେ ଜନ୍ମାଷ୍ଟମୀ ପାଳିତ ହୋଇଛି | ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ପୋଲିସ ପ୍ରଶାସନ ପକ୍ଷରୁ ସମଗ୍ର ଜିଲ୍ଲାରେ ବାର ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଆଜି ବି ସଂସ୍କୃତ କନ୍ୟାଆଶ୍ରମର ଅନ୍ତେବାସୀ ସ୍ବାମୀଜୀଙ୍କୁ ଝୁରିହେଉଛନ୍ତି । ଦୀର୍ଘ ଏଗାର ବର୍ଷପରେ ବି ସ୍ବାମୀଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା ସମେତ କନ୍ଧମାଳ ଦଙ୍ଗାର ତଦନ୍ତ କରୁଥିବା ନାଇଡୁ କମିଶନର ରିପୋର୍ଟ ଶିଥିଳତା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବାଲିଗୁଡା, ତୁମୁଡିବନ୍ଧ, କନୂଆଗାଁ ସମେତ ବିଭିନ୍ନ ଅଂଚଳରେ ଶ୍ରୀକୃଷ୍ଣ ଜନ୍ମଦିନ ପର୍ବ ଧୁମ ଧାମରେ ମନ୍ଦିର,ମଠ ଓ ଅନୁଷ୍ଠାନ ଗୁଡିକରେ ପାଳିତ ହୋଇଛି |

Comments are closed.