Thursday, March 28, 2024

Top 5 This Week

Related Posts

ମାଁ ଦୁର୍ଗତିନାଶିନୀ ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୭/୦୯) : ପାର୍ବଣ ମାସ ଅଶ୍ୱିନୀ ମାସ, ହିନ୍ଦୁ ସଂସ୍କୃତି ପରମ୍ପରା ଅନୁଯାୟୀ ଏହି ମାସ କୁ ପାର୍ବଣ ମାସ କୁହାଯାଏ । ଏହି ମାସରେ ମାଁ ଦୁର୍ଗତିନାଶିନୀ ଦୁର୍ଗାପୂଜା ଶ୍ରେଷ୍ଠ ଅଟେ ।

ମାଁ ଦୁର୍ଗତିନାଶିନୀ ଙ୍କ ପୂଜା ଅବସରରେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ଦୁର୍ଗାପୂଜା କମିଟି ଦ୍ୱାରା ଆଜି ମାଁ ଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ପୁରୋହିତ ରାଜୀବ ଲୋଚନ ଯୋଶୀ ପୁରୋହିତ କାର୍ଯ୍ୟ ତୁଲାଇ ଥିବାବେଳେ ବିକାଶ ରଞ୍ଜନ ମିଶ୍ର କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମ କୁ କମିଟି ର ସଭାପତି ବିଜ୍ଞାନ କର୍ଣ୍ଣ, ସମ୍ପାଦକ ନାରାୟଣ ମହାନ୍ତି, କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । କମିଟି ର ସଦସ୍ୟ ଶୁଭ୍ରଜିତ ପ୍ରଧାନ, ସିମୁନ ନାଏକ, ପ୍ରଶାନ୍ତ ବେହେରା ଆଦି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ତୁଲାଇଥିଲେ ।

Popular Articles