Wednesday, August 12, 2020
Home District News ଜୁନାଗଡ଼ ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଆଜିଠୁ ନୂଆ ସମୟରେ ଯାତ୍ରା ଆରମ୍ଭ

ଜୁନାଗଡ଼ ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଆଜିଠୁ ନୂଆ ସମୟରେ ଯାତ୍ରା ଆରମ୍ଭ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିସଙ୍କ
ରାୟଗଡା(୨୪/୦୮): ଆଜିଠାରୁ ହୀରାଖଣ୍ଡ ଓ ଲିଙ୍କ ଏକ୍ସପ୍ରେସ ପୃଥକ ଭାବେ ଚାଲିବ | ପ୍ରଥମେ ଲିଙ୍କ ଏକ୍ସପ୍ରେସ ରାୟଗଡା ଠାରେ ରାତ୍ର ୯.୩୦ ସମୟରେ ପହଂଚି ହୀରାଖଣ୍ଡ ସହ ସଂଯୋଗ ହୋଇ ଭୁବନେଶ୍ୱର ଅଭିମୁଖେ ରାତ୍ରି ୨୦.୩୦ସମୟରେ ଛାଡୁଥିଲା କିନ୍ତୁ ଉଭୟ ହୀରାଖଣ୍ଡ ଓ ଲିଙ୍କ ଏକ୍ସପ୍ରେସ ପୃଥକ ଭାବେ ଚାଲିବ |

ଏହି ଲିଙ୍କ ଏକ୍ସପ୍ରେସ ଜୁନାଗଡ଼ ରୋଡରୁ ଅପରାହ୍ନ ୪ଘଟିକା ସମୟରେ ବାହାରି ରାୟଗଡା ଠାରେ ସନ୍ଧ୍ୟା ୭.୫୫ସମୟରେ ପହଂଚି ୮.୦୫ମିନିଟ ସମୟରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ଓ ସକାଳ ୬.୦୦ଘଟିକା ସମୟରେ ଭୁବନେଶ୍ୱରରେ ପହଂଚିବ ଓ ରାତ୍ରି ୨୦.୩୫ସମୟରେ ଛାଡି ସକାଳୁ ୭.୫୦ ମିନିଟ ସମୟରେ ରାୟଗଡାରେ ପହଂଚି ସଖାଳୁ ୮.୦୩ମିନିଟ ସମୟରେ ଜୁନାଗଡ଼ ରୋଡ ଅଭିମୁଖେ ଯାତ୍ରା କରି ଜୁନାଗଡ଼ ରୋଡ ଠାରେ ଦିନ ୧୧.୩୦ସମୟରେ ପହଂଚିବ | ଗତ ୧୯ତାରିଖରେ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ପୂୟସ ଗୋୟଲ ଏହା ଘୋଷଣା କରିଥିଲେ | ଆଜି ଆନୁଷ୍ଠାନିକ ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏହି ଟ୍ରେନର ଶୁଭ ଉଦଘାଟନ ଭୁବନେଶ୍ୱର ଠାରେ କରିବେ | ବର୍ତମାନ ଏହି ଟ୍ରେନଟି ସ୍ୱତନ୍ତ୍ର ଟ୍ରେନ ମାନ୍ୟତା ପାଇଲା ପରେ ଏହାର ବଗି ସଂଖ୍ୟା ୧୨ରୁ ବଢ଼ି ୧୮କୁ ବୃଦ୍ଧି ପାଇଛି ଓ ଟ୍ରେନ ସମୟ ସାରଣୀରେ ମଧ୍ୟ୍ୟ ପରିବର୍ତନ ଘଟିଛି | ଏହି ଲିଙ୍କ ଏକ୍ସପ୍ରେସର ଶୁଭାରମ୍ଭ ୨୦୧୨ମସିହା ଅଗଷ୍ଟ ୧୧ତାରିଖରେ ହୋଇଥିଲା | ପ୍ରଥମେ ଏହା ଭବାନୀପାଟଣାରୁ ବାହାରୁଥିଲା ପରବର୍ତ୍ତୀ ସମୟରେ ୨୦୧୪ମାର୍ଚ୍ଚ ୨ତାରିଖରେ ଏହାକୁ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଗଲା | ଜୁନାଗଡ଼ ରୋଡ ଠାରୁ ଭୁବନେଶ୍ୱର ୬୫୫କିଲୋମିଟର ରାସ୍ତା ମଧ୍ୟରେ ଏହି ଟ୍ରେନ ସର୍ବମୋଟ ୨୪ଗୋଟି ସ୍ଥାନରେ ଷ୍ଟପେଜ କରି ନିଜ ଗନ୍ତବ୍ୟ ସ୍ଥଳରେ ପହଁଚୁଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: